ଗୁରୁଡ଼ିଝାଟିଆ: ଦିନ ଦ୍ୱିପ୍ରହରରେ ବେଧଡକ ଭାବରେ ଚୋରା ଚାଲାଣ ହେଉଛି ମୋହରମ। ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ଲୁଟ ହେବାରେ ଲାଗିଛି। ବେଆଇନ ଚୋରା ଚାଲାଣ ପାଇଁ ବାମନପୁର ନିକଟରେ ଥିବା ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ ମୁଣ୍ଡିଆଟି ଏବେ ଖାଲ ହୋଇଗଲାଣି। ପରିବେଶର ଦୃତ ଅବକ୍ଷୟ ହେବାରେ ଲାଗିଛି। ଦୈନିକ ଶହଶହ ଟ୍ରକ ମୋହରମ ଚୋରା ଚାଲାଣ ହେଉଛି। ହେଲେ ଆଠଗଡ଼ ତହସିଲ କର୍ତ୍ତୃପକ୍ଷଙ୍କ ନିଘା କିଭଳି ଭାବେ ପଢ଼ୁନାହିଁ ତାହା ସାଧାରଣରେ ପ୍ରଶ୍ନସୃଷ୍ଟି କରିଛି। ମୋହରମ ମାଫିଆ ଓ ତହସିଲର କିଛି ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ପାଇଁ ରାଜସ୍ୱ ଲୁଟ ହେବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବିମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
Popular Categories



