ବଲାଙ୍ଗୀର : ମଙ୍ଗଳବାର ସକାଳ ୧୦ ଟାରୁ ଟିଟଲାଗଡ଼ ସମବାୟ ସମିତି ସମୂହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ପ୍ରାର୍ଥୀଙ୍କ ଆମରଣ ଅନଶନ କରିଥିଲେ। ତାହା ପରବର୍ତ୍ତୀ ସମୟରେ ପ୍ରତ୍ୟାହୃତ ହୋଇଛି । ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ସମବାୟ ସମିତିରେ ସମ୍ପାଦକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଯୁବକ ଜଣକ ଅନଶନ କରିଥିଲେ। ମଧ୍ୟ ରାତ୍ରିରେ ନିଯୁକ୍ତି ପ୍ରକ୍ରିୟା ବାତିଲ ନେଇ ଲିଖିତ ଭାବେ ଘୋଷଣା ପରେ ପୁଲିସ ଉପସ୍ଥିତିରେ ଅନଶନ ପ୍ରତ୍ୟାହୃତ ହୋଇଛି।
Popular Categories



