ଚୌଦ୍ୱାର: ଓଟିଏମ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟ୍ରକମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସୌଭିକ୍ ବିଶ୍ୱାଳ ଏଥିରେ ଅତିଥି ଭାବେ ଯୋଗଦେଇ ୫୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମୁଖ୍ୟ ରାସ୍ତାରୁ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାର ଉଦ୍ଘାଟନ କରିଥିଲେ। ଏଥି ସହିତ ବିଦ୍ୟାଳୟରେ ୫ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ ସାଇକେଲ ଷ୍ଟାଣ୍ଡ,ଏକ ପ୍ରାର୍ଥନା ମଞ୍ଚ, ରୋଷଶାଳା ଓ ଭୋଜନାଳୟର ଶୁଭ ଶିଳାନ୍ୟାସ କରିବା ସହିତ ଓଟିଏମ କଲେନୀସ୍ଥିତ ଦୂର୍ଗାବଜାର ପ୍ରାଥମିକ ବିଦ୍ୟାଳୟର ନୂତନ ପାଚେରୀ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସମ୍ମୁଖରେ ପୋତା ଯାଇଥିବା ଏକ ସିମେଣ୍ଟଖୁଣ୍ଟିକୁ ବିଧାୟକ ଶିଳାନ୍ୟାସ କରିବା ସମୟରେ ଏହି ଖୁଣ୍ଟର ଶିଳାନ୍ୟାସ କଣ ପାଇଁ କରାଯାଉଛି ସେ ସମ୍ପର୍କରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ହଠାତ୍ ବୁଝି ପାରିନଥିଲେ। ଇଡକୋ ତରଫରୁ ଅଧିଗ୍ରହଣ କରାଯାଇଥିବା ଓଟିଏମ୍ ଜମିରେ ପାଚେରୀ ନିର୍ମାଣ ଆରମ୍ଭ କରାଯିବ ବୋଲି ଜଣାପଡ଼ିବାରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ଲୋକମାନେ ଏସମ୍ପର୍କରେ ବିଧାୟକ ଓ ଉପସ୍ଥିତ ଥିବା ଇଡକୋ ଅଧିକାରୀଙ୍କୁ ପ୍ରଶ୍ନ କରିବାରେ ରାଜ୍ୟ ସରକାର ଓଟିଏମର ଥିବା ୫୨୨ଏକର ଜମିକୁ ନିଜ ଅକ୍ତିଆରକୁ ଆଣି ଇଡକୋକୁ ୩୨୧ଏକର ଜମି ହସ୍ତାନ୍ତର କରିଛନ୍ତି। ପ୍ରଥମ ପର୍ଯାୟୟରେ ୨କୋଟି ଟଙ୍କା ବ୍ୟୟରେ ୩୨୧ଏକର ଜମିରେ ପାଚେରୀ ନିର୍ମାଣ କରିବାପାଇଁ ଶିଳାନ୍ୟାସ କରାଯାଇଥିବା ବିଧାୟକ ଶ୍ରୀ ବିଶ୍ୱାଳ ସୁଚନା ଦେଇଛନ୍ତି। ପାଚେରୀ ନିର୍ମାଣର ଶିଳାନ୍ୟାସ ପରେ ଓଟିଏମ କଲୋନୀ ବାସିନ୍ଦାମାନେ ବିସ୍ଥାପନ ଆଶଂକାରେ ଚିନ୍ତାରେ ପଡ଼ିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏନେଇ ମୁଖ୍ୟମନ୍ତ୍ରୀ ଚିନ୍ତା କରିବା ସହିତ କଲୋନୀ ବାସୀଙ୍କ ଥାଇଥାନ ପାଇଁ ବ୍ୟବସ୍ଥା କରିବାର ପଦେକ୍ଷପ ନେବାପାଇଁ ନିବେଦନ କରାଯିବ ବୋଲି ବିଧାୟକ ବିଶ୍ୱାଳ କହିଛନ୍ତି। ଅନ୍ୟପକ୍ଷରେ ପାଚେରୀ ନିର୍ମାଣ ବାବଦରେ ପୌରପାଳିକାରେ କୌଣସି ଖବରନଥିବା ନେଇ ପୌରଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଇଡକୋ ଅଧିକାରୀ ଅରକ୍ଷିତ ମହାଲିକ୍ଙ୍କୁ ପ୍ରଶ୍ନ କରିବାରେ ଏସମ୍ପର୍କରେ ସରକାରୀ ସ୍ତରରେ ବୁଝିବାକୁ ସେ ଉତ୍ତର ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ଯୁବନେତା ଅର୍ଜୁନ ପଣ୍ଡା, ସ୍ଥାନୀୟ କାଉନସିଲର ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ସମସ୍ତ ପୌର ପାରିଷଦ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।
Popular Categories



