www.samajalive.in
Monday, December 15, 2025
16.1 C
Bhubaneswar

କଖଡି ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ଟେଷ୍ଟପେପର ବଣ୍ଟନ

ଗୁରୁଡ଼ିଝାଟିଆ: ଶିକ୍ଷା ସଭ୍ୟତାକୁ ଆଲୋକ ଦେଖାଏ। ଦାରିଦ୍ର୍ୟ ଦୁରୀକରଣ କରି ଏକ ସଶକ୍ତ ସମୃଦ୍ଧ ରାଷ୍ଟ୍ରଗଠନରେ ସହାୟକ ହୋଇଥାଏ। ଶିକ୍ଷା କୁ ଜୀବନରେ ସର୍ବାଧିକ ଗୁରୁତ୍ୱ ଦେଇ ଆଗକୁ ବଢ଼ିବା ନିମନ୍ତେ ରାଧାଶ୍ୟାମପୁର ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପକ୍ଷରୁ କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୦ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଟେଷ୍ଟପେପର ବଣ୍ଟନ କରି ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ କହିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ କହିଥିଲେ କଖଡି ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ଅନ୍ୟମାନଙ୍କ ପାଇଁ ଉଦହାରଣ। କାରଖାନା କର୍ତ୍ତୃପକ୍ଷ ଏହି ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ନିମନ୍ତେ କହିଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ରଣଜିତ୍‌‌ ନାୟକ, ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର, ଚନ୍ଦ୍ରଶେଖର ପରିଡ଼ା, ନରେନ୍ଦ୍ର ସାହୁ, ରୀନାରାଣୀ ସାହୁ ଅତିଥି ଭାବରେ ଯୋଗଦେଇଥିଲେ। କାରଖାନାର ମୁଖ୍ୟ ଗିରୀଶ ତିୱାରୀ ଶିକ୍ଷା କ୍ଷେତ୍ରରେ କାରଖାନା କର୍ତ୍ତୃପକ୍ଷ ପାରିପାର୍ଶ୍ବିକ ଉନ୍ନୟନ ମାଧ୍ୟମରେ ସର୍ବାଧିକ ଗୁରୁତ୍ୱ ଦେଇଛି। ଆଗାମୀ ଦିନରେ ସ୍କଲାରସିପ କ୍ଷେତ୍ରରେ ମଧ୍ୟ କଖଡି ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯିବ। ଯାହା କାରଖାନା ପାର୍ଶ୍ବବର୍ତ୍ତି ଅଞ୍ଚଳରେ କରାଯାଉଛି। କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ସୁଶିଲ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାରଖାନା ପ୍ରଦତ୍ତ ଶତାଧିକ ବିଦ୍ୟାର୍ଥୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଟେଷ୍ଟପେପର ବଣ୍ଟନ କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories