ଈଶ୍ୱର ନୁହନ୍ତି ବିଚାରପତି – କେରଳ ଉଚ୍ଚ ନ୍ୟାୟାଳୟ

କୋଚି: ବିଚାରପତି ଈଶ୍ୱର ନୁହନ୍ତି। ବିଚାରାଳୟ ନ୍ୟାୟର ମନ୍ଦିର ଭାବେ ପରିଚିତ ଥିଲେ ମଧ୍ୟ ସେମାନଙ୍କୁ ହାତ ଯୋଡ଼ି ଆବେଦନ କରିବାର ଆବଶ୍ୟକତା ନାହିଁ। ଏଭଳି ମତ ଦେଇଛନ୍ତି କେରଳ ଉଚ୍ଚ ନ୍ୟାୟାଳୟର ବିଚାରପତି ପି.ଭି କୁନିକୃଷ୍ଣନ୍। ଅଦାଲତରେ କେବଳ ଶାଳୀନତା ଓ ଭଦ୍ରତା ରକ୍ଷା ସହ ବିଚାରପତିଙ୍କୁ ଆବଶ୍ୟକ ସମ୍ମାନ ଜଣାଇଲେ ଯଥେଷ୍ଟ ହେବ। ଜନୈକ ଆବେଦନକାରୀଙ୍କ ଓକିଲ ରାମଲା କବିର ଅତ୍ୟନ୍ତ ନ୍ୟୂନ ହୋଇ ହାତଯୋଡ଼ି ନିଜର ମନ୍ତବ୍ୟ ଉପସ୍ଥାପନ ସମୟରେ ବିଚାରପତି କୁନିକୃଷ୍ଣନ୍ ଏହା କହିଛନ୍ତି। ଅଦାଲତରେ ଯୁକ୍ତି ଉପସ୍ଥାପନ କରିବା ଓକିଲଙ୍କ ବୃତ୍ତିଗତ କତ୍ତର୍ବ୍ୟ। ଏଥିପାଇଁ ହାତ ଯୋଡ଼ି ନ୍ୟୂନତା ପ୍ରଦର୍ଶନ ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।
Comments are closed.