www.samajalive.in
Monday, December 15, 2025
15.1 C
Bhubaneswar

ଡେଙ୍ଗୁରେ ଆକ୍ରାନ୍ତ ଗବେଷକଙ୍କ ମୃତ୍ୟୁ

ଗୋପାଳପୁର: ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ଜଣେ ଗବେଷକଙ୍କ ଡେଙ୍ଗୁରେ ଶୁକ୍ରବାର ଦିନ ବଲାଙ୍ଗୀରରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଗବେଷକ ଜଣଙ୍କ ବଲାଙ୍ଗୀର ସହରର ଜତିନ୍ଦ୍ର ପଟେଲଙ୍କ ପୁଅ ରଜତ ପଟେଲ (୨୮ )। ମୃତ ଗବେଷକ ଜଣଙ୍କ ରେଭେନ୍ସାରେ ପିଏଚଡ଼ି କରୁଥିବା ସହ ଗୋପାଳପୁର ସ୍ଥିତ ଜେଡ ଏସ ଆଇର ନିର୍ଦେଶକ ପ୍ରଫେସର ଅନିଲ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଗୋପାଳପୁରରେ ରହି ଗବେଷଣା କରୁଥିଲେ। ସେ ଗତ ଏକ ବର୍ଷ ହେଲା ଜେଡ ଏସ ଆଇରେ ରହି ଗବେଷଣା କରୁଥିବା ବେଳେ ଗତ ଶୁକ୍ରବାର ବଲାଙ୍ଗୀରରୁ ଗୋପାଳପୁର ଫେରିଥିଲେ। ଶନିବାର ଦିନ ଜ୍ବର ହେବାରୁ ସୋମବାର ଡେଙ୍ଗୁ ପରୀକ୍ଷା କରିଥିଲେ। ରିପୋର୍ଟରେ ଡେଙ୍ଗୁ ପଜିଟିଭ ବାହାରିବା ପରେ ତୁରନ୍ତ ବଲାଙ୍ଗୀର ନିଜ ଘରକୁ ଫେରି ଯାଇଥିଲେ। କିନ୍ତୁ ଶୁକ୍ରବାର ଅପରାହ୍ନରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଘଟଣା ଜଣାପଡ଼ିବା ପରେ ଗୋପାଳପୁର ଜେଡ ଏସ ଆଇ ପରିସରରେ ଶୋକରେ ଛାୟା ଖେଳିଯାଇଛି। ମୃତକ ରଜତ ଏହା ମଧ୍ୟରେ ଓପିଏସସି ପକ୍ଷରୁ ଅନୁଷ୍ଠିତ ସହକାରୀ ପ୍ରଫେସର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories