www.samajalive.in
Sunday, December 14, 2025
19.1 C
Bhubaneswar

ମହାବିଦ୍ୟାଳୟରେ ଖେଳକୁଦ ଓ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତା

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟ ସ୍ତରୀୟ ଖେଳ କୁଦ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ଫୁଟବଲ, ଭଲିବଲ,କବାଡି, ଦୌଡ଼ ଓ କୁଦ, ବକ୍ତୃତା, ଚିତ୍ରାଙ୍କନ ଓ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତାରେ ଶହ ଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ ପ୍ରତିଯୋଗିତାକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ କରାଇବାର ଏପରି ସୁଯୋଗକୁ ପ୍ରଶଂସା କରିଥିଲେ। ଅଧ୍ୟାପକ ରତ୍ନାକର ମହାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଜଗନ୍ନାଥ ମହାନ୍ତ, ଅଧ୍ୟାପକ ଅଞ୍ଜନ କୁମାର ଦୋରା, ରଜତ କୁମାର ଦାଶ, ଶରତ ମିଶ୍ର, ବ୍ରଜେନ୍ଦ୍ର କୁମାର ପତି ଓ ପରମେଶ୍ବର ମହାନ୍ତ ପ୍ରମୁଖ ଇଭେଣ୍ଟ ପରିଚାଳନା କରିଥିଲେ। ବିଚାରକ ଭାବେ ଅଧ୍ୟାପକ ଯୋଗେଶ୍ୱର ପତି, ଅଧ୍ୟାପିକା ସୁସ୍ନାତା ଶୋଭାଲିନ ମହାପାତ୍ର, ଅଧ୍ୟାପିକା ସୁଚିସ୍ମିତା ଦାଶ, ଅଧ୍ୟାପିକା ସସ୍ମିତା ସାହୁ ,ଅଧ୍ୟାପିକା ମଧୁସ୍ମିତା ମହାନ୍ତ, ଅଧ୍ୟାପକ ପରମେଶ୍ବର ଧାରୁଆ ଓ ଅଧ୍ୟାପକ ତରୁଣ କୁମାର ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାର ମୁଲ୍ୟାଙ୍କନ କରିଥିଲେ। ଉଦଯାପନ ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଉପସ୍ଥିତିରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories