www.samajalive.in
Monday, December 8, 2025
24.1 C
Bhubaneswar

ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା, ସେମିଫାଇନାଲରେ ଜିଲାସ୍କୁଲ ଓ ଗୁରୁନାନକ ପବ୍ଲିକ ସ୍କୁଲ

ସମ୍ବଲପୁର: ଜିଲା ମାର୍ଷ୍ଟସ ଏଥେଲିଟିକ୍ସ ଏସୋସିଏସନ ଆନୁକୂଲ୍ୟରେ ୨୩ତମ ସୈରେନ୍ଦ୍ରୀ ନାୟକ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ କମିଶନର କଲୋନୀ ଖେଳ ପଡ଼ିଆ ଠାରେ ଆୟୋଜିତ ହେଉଛି। ଗତ ଶୁକ୍ରବାର ଉଦଘାଟିତ ଏହି ପ୍ରତିଯୋଗିତାରେ ଗୁରୁବାର ଷଷ୍ଠ ଦିବସରେ ୨ଟି କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ ସିଏସବି ଜିଲା ସ୍କୁଲ ଦଳ ଓ ଚିପଲିମା ହାଇସ୍କଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଜିଲା ସ୍କୁଲ ଦଳ ୬-୦ ଗୋଲରେ ଚିପଲିମା ହାଇସ୍କୁଲ ଦଳକୁ ହରାଇ ବିଜୟୀ ହୋଇ ସେମିଫାଇନାଲକୁ ଯାଇଛି। ଚିପଲିମା ହାଇସ୍କୁଲ ଦଳର ଜଗନ ରନବିଡାଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ଅତିଥି ଜୟରାମ ବାଗ ପୁରସ୍କୃତ କରିଥିଲେ। ସେହିଭଳି ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଧନକଉଡା ହାଇସ୍କୁଲ ଓ ଗୁରୁନାନକ ପବ୍ଲିକ ସ୍କୁଲ ମଧ୍ୟରେ ଆୟୋଜିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ଅମିମାଂସିତ ରହିବାରୁ ଟାଇବ୍ରେକର ନିୟମ ଅନୁଯାୟୀ ପେନାଲଟି କିକ ମାଧ୍ୟମରେ ୪ – ୩ ଗୋଲରେ ଗୁରୁନାନକ ସ୍କୁଲ ଦଳ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ଏହି ମ୍ୟାଚରେ ଧନକଉଡା ହାଇସ୍କୁଲ ଦଳର ରୋହିତ ଓରାମ ଶ୍ରେଷ୍ଠ ଖେଳାଳି ରୁପେ ଅତିଥି ସୁକାନ୍ତ ବୋଷଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଗୋଲ କିପରଙ୍କୁ ମଧ୍ୟ ଚମତ୍କାର ଖେଳ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି। ଖେଳ ଗୁଡିକୁ ରେଫରୀ ରୂପେ ମଥୁରା ଓରାମ, ମନୋଜ ଭୋଇ, ସରୋଜ କିଷାନ ଓ ଜଲେନ୍ଧର ଓରାମ ପରିଚାଳନା କରିଥିଲେ। ଆସନ୍ତା କାଲି ଶୁକ୍ରବାର ଦିନ ୨ଟି ସେମିଫାଇନାଲ ମ୍ୟାଚ ଯଥାକ୍ରମେ ସିଏସବି ଜିଲାସ୍କୁଲ ଓ ଗୁରୁନାନକ ପବ୍ଲିକ ସ୍କୁଲ ଏବଂ ମଦନାବତୀ ପବ୍ଲିକ ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ମଧ୍ୟରେ ଅନୁଷ୍‌‌ଠିତ ହେବ। ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ୧୪ ତାରିଖରେ ଖେଳାଯିବ ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories