www.samajalive.in
Monday, December 15, 2025
16.1 C
Bhubaneswar

ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା, ସେମିଫାଇନାଲରେ ଜିଲାସ୍କୁଲ ଓ ଗୁରୁନାନକ ପବ୍ଲିକ ସ୍କୁଲ

ସମ୍ବଲପୁର: ଜିଲା ମାର୍ଷ୍ଟସ ଏଥେଲିଟିକ୍ସ ଏସୋସିଏସନ ଆନୁକୂଲ୍ୟରେ ୨୩ତମ ସୈରେନ୍ଦ୍ରୀ ନାୟକ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ କମିଶନର କଲୋନୀ ଖେଳ ପଡ଼ିଆ ଠାରେ ଆୟୋଜିତ ହେଉଛି। ଗତ ଶୁକ୍ରବାର ଉଦଘାଟିତ ଏହି ପ୍ରତିଯୋଗିତାରେ ଗୁରୁବାର ଷଷ୍ଠ ଦିବସରେ ୨ଟି କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ ସିଏସବି ଜିଲା ସ୍କୁଲ ଦଳ ଓ ଚିପଲିମା ହାଇସ୍କଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଜିଲା ସ୍କୁଲ ଦଳ ୬-୦ ଗୋଲରେ ଚିପଲିମା ହାଇସ୍କୁଲ ଦଳକୁ ହରାଇ ବିଜୟୀ ହୋଇ ସେମିଫାଇନାଲକୁ ଯାଇଛି। ଚିପଲିମା ହାଇସ୍କୁଲ ଦଳର ଜଗନ ରନବିଡାଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ଅତିଥି ଜୟରାମ ବାଗ ପୁରସ୍କୃତ କରିଥିଲେ। ସେହିଭଳି ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଧନକଉଡା ହାଇସ୍କୁଲ ଓ ଗୁରୁନାନକ ପବ୍ଲିକ ସ୍କୁଲ ମଧ୍ୟରେ ଆୟୋଜିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ଅମିମାଂସିତ ରହିବାରୁ ଟାଇବ୍ରେକର ନିୟମ ଅନୁଯାୟୀ ପେନାଲଟି କିକ ମାଧ୍ୟମରେ ୪ – ୩ ଗୋଲରେ ଗୁରୁନାନକ ସ୍କୁଲ ଦଳ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ଏହି ମ୍ୟାଚରେ ଧନକଉଡା ହାଇସ୍କୁଲ ଦଳର ରୋହିତ ଓରାମ ଶ୍ରେଷ୍ଠ ଖେଳାଳି ରୁପେ ଅତିଥି ସୁକାନ୍ତ ବୋଷଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଗୋଲ କିପରଙ୍କୁ ମଧ୍ୟ ଚମତ୍କାର ଖେଳ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି। ଖେଳ ଗୁଡିକୁ ରେଫରୀ ରୂପେ ମଥୁରା ଓରାମ, ମନୋଜ ଭୋଇ, ସରୋଜ କିଷାନ ଓ ଜଲେନ୍ଧର ଓରାମ ପରିଚାଳନା କରିଥିଲେ। ଆସନ୍ତା କାଲି ଶୁକ୍ରବାର ଦିନ ୨ଟି ସେମିଫାଇନାଲ ମ୍ୟାଚ ଯଥାକ୍ରମେ ସିଏସବି ଜିଲାସ୍କୁଲ ଓ ଗୁରୁନାନକ ପବ୍ଲିକ ସ୍କୁଲ ଏବଂ ମଦନାବତୀ ପବ୍ଲିକ ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ମଧ୍ୟରେ ଅନୁଷ୍‌‌ଠିତ ହେବ। ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ୧୪ ତାରିଖରେ ଖେଳାଯିବ ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories