ଜ୍ୟୋତି ପକ୍ଷରୁ ବିଶ୍ୱ ଦୃଷ୍ଟି ଦିବସ ପାଳିତ

ସମ୍ବଲପୁର: ସମ୍ବବଲପୁରର ହୀରାକୁଦ କଲୋନୀ ସ୍ଥିତ ଭବିଷ୍ୟତ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଗୁରୁବାର ବିଶ୍ୱ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି। ଚକ୍ଷୁଦାନ ଓ ଭିନ୍ନକ୍ଷମ କଲ୍ୟାଣ ସଂସ୍ଥା ଜ୍ୟୋତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ. ପରେଶ ଚନ୍ଦ୍ର ଦାନୀ ସଭାପତିତ୍ୱ କରିଥିଲେ। ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ ଚକ୍ଷୁର ଯତ୍ନ ଓ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବିସ୍ତୃତ ଭାବରେ ବୁଝାଇବା ପରେ ଚକ୍ଷୁ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ସୁଶ୍ରୀ ପ୍ରମିଳା ବହିଦାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜ୍ୟୋତି ଅନୁଷ୍ଠାନର ନିରନ୍ତର ଚକ୍ଷୁ କ୍ଷେତ୍ରରେ କାର୍ଯ୍ୟକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଉପ ସଭାପତି ଅଖିଳ ରଞ୍ଜନ ପଟ୍ଟନାୟକ, ତାପସ ଦାସ, ମନବୋଧ ତ୍ରିପାଠି ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ସଂଯୋଜିକା କଳ୍ପନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.