ବୌଦ୍ଧ: ଓଡ଼ିଶା ମିଲେଟ ମିଶନ ଆନୁକୂଲ୍ୟରେ ଆନ୍ତର୍ଜାତିକ ମିଲେଟ ବର୍ଷ ୨୦୨୩ ଅବସରରେ ଆଜି ବୌଦ୍ଧ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଲେଟ୍ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ତିନୋଟି ବ୍ଲକରୁ ଚୟନ ହେଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭାଗ ନେଇଥିଲେ। ଅତିଥିମାନେ ମିଲେଟ ପ୍ରସ୍ତୁତି ଖାଦ୍ୟ ଖାଇଥିଲେ। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, ସହକାରୀ କୃଷି ଅଧିକାରୀ କମଳାକାନ୍ତ କଟାରି, ମିଶନ ଶକ୍ତି ଜିଲ୍ଲା ସଂଯୋଜକ ରଶ୍ମିରଞ୍ଜନ ସେଠୀ, ସହକାରୀ କଲେକ୍ଟର ଚନ୍ଦ୍ରକାନ୍ତ ବେହେରା, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଯୋଗେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।



