ରେଙ୍ଗାଲି: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବ୍ୟାପି ସାଇବର ସୁରକ୍ଷା ସଚେତନତା ଅଭିଯାନ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜିଲ୍ଲାର କତରବଗା ଥାନା ଅନ୍ତର୍ଗତ ଲଇଡା ଦୁତିକା ସାହୁ ମହାବିଦ୍ୟାଳୟ, କତରବଗା ହାଇସ୍କୁଲ, ଜୁନାଡିହି ଛକ ଏବଂ ଲାଉମାଲ ଛକରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସାଇବର ସୁରକ୍ଷା ରଥ ପରିକ୍ରମା କରି ଲଇଡ଼ା ମହାବିଦ୍ୟାଳୟରେ ପହଂଚିବା ପରେ ମହାବିଦ୍ୟାଳୟର ଅଧକ୍ଷ ଡ଼କ୍ଟର ବସନ୍ତ କୁମାର ନାଏକ, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ସ୍ୱାଗତ କରିଥିଲେ। ଏହା ପରେ ମହାବିଦ୍ୟାଳୟର ଅଧକ୍ଷଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
Popular Categories



