ସମ୍ବଲପୁର: ଜିଲା ମାର୍ଷ୍ଟସ ଆଥଲେଟିକ୍ସ ଏସୋସିଏସନ ଆନୁକୂଲ୍ୟରେ ୨୩ତମ ସୈରେନ୍ଦ୍ରୀ ନାୟକ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ କମିଶନର କଲୋନୀ ଖେଳ ପଡ଼ିଆ ଠାରେ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ ବିକାଶ କନସେପ୍ଟ ସ୍କୁଲ ଓ ବୈଦିକ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବିକାଶ ସ୍କୁଲ ଦଳ ୨ – ୦ ଗୋଲରେ ବୈଦିକ ସ୍କୁଲ ଦଳକୁ ପରାସ୍ତ କରିଛି। ମ୍ୟାଚରେ ନମନ ପଟେଲ ଓ ରଶ୍ମି ରଞ୍ଜନ ରଣା ଗୋଲ ଦେଇଥିଲେ। ବୈଦିକ ସ୍କୁଲର ଦିନେଶ କୁମାର ମେହେରଙ୍କୁ ଶ୍ରେଷ୍ଠ ଖେଳାଳି ରୁପେ ପୁରସ୍କୃତ କରାଯାଇଛି।
ସେହିଭଳି ଦ୍ୱିତୀୟ ମ୍ୟାଚ ସେଭେନ ହିଲ୍ସ ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୨-୨ ଗୋଲ କରିଥିବାରୁ ମ୍ୟାଚ ଅମିଂମାସିତ ହୋଇଥିଲା। ଏଣୁ ଟାଇବ୍ରେକର ପଦ୍ଧତିରେ ଦିଲ୍ଲୀ ପବ୍ଲିକ ସ୍କୁଲ ୬ – ୪ ଗୋଲରେ ବିଜୟ ଲାଭ କରିଛି। ଅବିନାଶ ଓରାମଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଛି। ଖେଳ ଗୁଡିକୁ ରେଫରୀ ରୂପେ ମଥୁରା ଓରାମ, ଲକ୍ଷ୍ମଣ ନାଥ, ଶାନ୍ତା ରଣବିଡା, ମନୋଜ ଭୋଇ, ସରୋଜ କିଷାନ ଓ ଜଲେନ ଓରାମ ପରିଚାଳନା କରିଥିଲେ। ଆସନ୍ତା ୧୪ ତାରିଖରେ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଖେଳାଯିବ।



