www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟ ଯୁବ ବିଜେପି ଟିମରେ ଇଂ ପ୍ରଭୁଦତ୍ତ ପଣ୍ଡା

ସମ୍ବଲପୁର: ସମ୍ବଲପୁର ଜିଲାର ଜଣାଶୁଣା ଯୁବ ନେତା ଇଂ ପ୍ରଭୁଦତ୍ତ ପଣ୍ଡା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଟିମରେ ସାମିଲ ହୋଇଛନ୍ତି। ବିଜେପିର ସଭାପତି ମନମୋହନ ସାମଲଙ୍କ ସ୍ୱୀକୃତି କ୍ରମେ ନୂତନ ଯୁବ ମୋର୍ଚ୍ଚା ସଭାପତି ଅଭିଲାଷ ପଣ୍ଡାଙ୍କ ନୂତନ ଭାବରେ ଗଠିତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ଟିମରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୂପେ ମନୋନୀତ କରାଯାଇଛି। ନନ୍ଦପଡ଼ା ନିବାସୀ ଇଂ ପଣ୍ଡା ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ରହିଥିବା ବେଳେ ଦ୍ୱିତୀୟ ଥର ପାଇଁ ଯୁବ ମୋର୍ଚ୍ଚାର ରାଜ୍ୟ ଟିମରେ ସାମିଲ ହୋଇଛନ୍ତି। ସେ ବିଜେପିର ଯୁବ ମୋର୍ଚ୍ଚାରେ ଅନେକ ଗୁରୁଦାୟିତ୍ୱ ନିର୍ବାହ କରି ସାରିଥିବା ବେଳେ ସୁନ୍ଦରଗଡ଼ ଜିଲା ପ୍ରଭାରୀ ରୂପେ ସଫଳତାର ସହିତ ଦାୟିତ୍ୱ ତୁଲାଇଛନ୍ତି। ଏହି ନିଯୁକ୍ତି ପାଇଁ ଇଂ ପଣ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର, ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଇଂ ପଣ୍ଡାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଯୁବ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ସବୁ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories