www.samajalive.in
Sunday, December 14, 2025
14.1 C
Bhubaneswar

ସମସ୍ୟା ସମାଧାନ ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବିଜେପି ପ୍ରତିନିଧି ମଣ୍ଡଳୀ

ସମ୍ବଲପୁର: ଜିଲା ବିଜେପି ଶାଖାର ଏକ ପ୍ରତିନିଧି ମଣ୍ଡଳ ଜିଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଶନିବାର ସାକ୍ଷାତକାର କରି ମହାନଗର ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଛି। ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ନିଗମ ଅର୍ନ୍ତଗତ ଟ୍ରେଡ ଲାଇସେନ୍ସ, ହୋଲଡିଂ ଟିକସ ତଥା ହୀରାକୁଦ କଲୋନୀ ଅଞ୍ଚଳରେ ସଡକର ପ୍ରଶସ୍ତିକରଣ ନିମନ୍ତେ ଲୋକ ମାନଙ୍କୁ ହଟାଇବା ପାଇଁ ନୋଟିସ ଦିଆଯାଇଛି। ନିଗମବାସୀ ଓ ବ୍ୟବସାୟୀ ମାନଙ୍କ ସହିତ ବିନା ଆଲୋଚନାରେ ନିଗମ ଅଧିକାରୀ ମାନଙ୍କ ଦ୍ୱାର ଘର ଗୁଡିକର ହୋଲଡିଂ ଟିକସ ଓ ପ୍ରତିଷ୍ଠାନ ଗୁଡିକ ପାଇଁ ଆବଶ୍ୟକ ହେଉଥିବା ଟ୍ରେଡ ଲାଇସେନ୍ସର ଶୁଳ୍କକୁ ଅତ୍ୟଧିକ ରୂପେ ବୃଦ୍ଧି କରାଯାଇଛି, ଯାହାକି ଅଗଣତାନ୍ତ୍ରିକ ଅଟେ। ପ୍ରଦେଶ ସରକାର ଦ୍ୱାରା ସମ୍ବଲପୁରକୁ ଏକ ପ୍ରୟୋଗଶାଳା ରୂପେ କରି ଦିଆଯାଇଥିବା ବେଳେ ସରକାରୀ ଅଧିକାରୀ ମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଟିକସ ବୃଦ୍ଧି ଅଟେ। ଏଥି ସହ ମନମୁଖୀ ଭାବରେ ଜନପ୍ରତିନିଧି ମାନଙ୍କର ବିନା ସଂଜ୍ଞାନରେ ଏହାକୁ ଲାଗୁ ମଧ୍ୟ କରି ଦିଆଯାଇଛି। ଏଣୁ ଆଗାମୀ ୭ ଦିନ ମଧ୍ୟରେ ସମସ୍ତ ବିଷୟ ଉପରେ ପୁର୍ନବିଚାର ଯଦି କରା ନ ଯାଏ ତାହା ହେଲେ ଆଗାମୀ ଦିନରେ ବିଜେପି ଜନହିତରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାଇ ଦିଆଯାଇଛି। ଏହି ପ୍ରତିନିଧି ମଣ୍ଡଳରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ସାଧାରଣ ସମ୍ପାଦକ ଅନୀଲ ବେହେରା, ଦେବେନ୍ଦ୍ର ମହାପାତ୍ର, ଦାମୋଦର କର, ନିଳାମ୍ବର ସିକନ୍ଦର, ଅନ୍ନପୁର୍ଣ୍ଣା ବାରିକ, ରୁନୁ ପ୍ରଧାନ, ରମେଶ ପ୍ରଧାନ, ସନ୍ତୋଷ ସାହୁଙ୍କ ସମେତ ଅନେକ ଜିଲାସ୍ତରୀୟ ପଦାଧିକାରୀ ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories