www.samajalive.in
Sunday, December 14, 2025
14.1 C
Bhubaneswar

ଭାଲୁପାଲିରେ ନୁଆଁଖାଇ ଭେଟଘାଟ

ସମ୍ବଲପୁର: ସହରର ଉପକଣ୍ଠସ୍ଥ ଭାଲୁପାଲି ସ୍ଥିତ ରାଧାରାଣୀ ବିହାର ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାଁ ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର କିଶୋର ପତି ଯୋଗ ଦେଇଥିଲେ। ଆୟୋଜନ କମିଟିର ସଭାପତି ବିଦ୍ୟାଧର ପ୍ରଧାନ ଓ ସମ୍ପାଦକ ଶରତ କୁମାର ପଟ୍ଟନାୟକ ମଞ୍ଚାସୀନ ରହିଥିଲେ। ନୁଆଁଖାଇର ମହତ୍ୱ ଓ ଉଦ୍ଦେଶ୍ୟ ଉପରେ ବକ୍ତା ମାନେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ରୂପେ ତ୍ରିବିକ୍ରମ ଦାସ ଓ କିଶୋର କୁମାର ସିଂଙ୍କୁ ନୁଅାଁଖାଇ ଭେଟି ସମ୍ମାନ ପ୍ରଦାନ କରାଯାଇଥିଲା। ଛୋଟ ଛୋଟ ଶିଶୁ କଳା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରିତି ମିଶ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭ ସମୟରେ ଦିବଙ୍ଗତ ସଦସ୍ୟ କୂଳମଣି ସୁନାଙ୍କ ଉଦ୍ଦେଶ୍ୟରେ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ରାଧାରାଣୀ ବିହାର ସୋସାଇଟିର ସମସ୍ତ ସଦସ୍ୟ ଓ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସହ ସମ୍ପାଦକ ନିଶିକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories