କଲମପୁର: ସପ୍ତାହକୁ ଦୁଇ ଘଣ୍ଟା ଏବଂ ବର୍ଷକରେ ଶହେ ଘଣ୍ଟା ଯଦି ଆମେ ସ୍ୱଚ୍ଛତା ପାଇଁ ସମୟ ଦେବା ତେବେ ଆମ ଘର, ପରିବାର , ଆମ ଗାଁ , ଆମ ପଂଚାୟତ ଆମ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ ଓ ସର୍ବୋପରି ଦେଶ ସ୍ୱଚ୍ଛତା ହେବ। ଆଜି ଆମେ ଶପଥ ନେବୋ କେହି ଯେମିତି କୌଣସି ମଇଳା ସର୍ବସାଧାରଣ ସ୍ଥାନରେ ପକାଇବା ନାହିଁ। ଏହି ଶପଥ ସାକାରେ ହେଲେ ଦେଶ ନିଶ୍ଚିତ ସ୍ୱଚ୍ଛ ହେବ। ଗାନ୍ଧୀଙ୍କ ରାମ ରାଜ୍ୟ ସପନ ପୁରଣ ହେବ। ଏଭଳି ମତବ୍ୟକ୍ତ କରିଛନ୍ତି କଲମପୁର ବ୍ଲକ ପାଜେନ ସବମାଇନର ଠାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ମୁଖିଗୁଡା ବିଭାଜନ ୧ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ହିଁ ସେବା ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥି।
ରବିବାର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବିଭାଗ ୧ ପକ୍ଷରୁ ପାଜେନ ମାଇନର କେନାଲ ଠାରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳନ କରାଯାଇଛି। ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବିଭାଜନ୧ ମୁଖିଗୁଡା ପକ୍ଷରୁ ପାଳିତ ଏହି ଉତ୍ସବରେ କଲମପୁର ବିଭାଜନ ୪ର ସହକାରୀ ଯନ୍ତ୍ରୀ ଇଂ. ଶ୍ୟାମ ସୁନ୍ଦର ମାରାଣ୍ଡିଙ୍କ ସଂଯୋଜନାରେ ଆୟୋଜିତ ହେଇଥିଲା। ଏଥିରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଅନିଲ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧିକ୍ଷଣ ଯନ୍ତ୍ରୀ ଇଂ ରାଜ କୁମାର ବେହେରା ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଇଂ ପ୍ରଣୟ କୁମାର ପ୍ରଧାନ, ଲକ୍ଷ୍ମଣ କୁମାର ସେଠୀ, ବାପୁନ ବେହେରା, ପାଣିପଂଚାୟତ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା ସମ୍ପାଦକ ସଦାଶିବ ମାଝୀ ପ୍ରମୁଖଙ୍କ ସମେତ ବିଭାଗୀୟ କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ।
ସେହିଭଳି କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବନ୍ଧକନା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ମଧ୍ୟ ଗୋଷ୍ଠ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳନ କରାଯାଇଥିଲା। ଡାକ୍ତର ସମ୍ବିତ ମହାନ୍ତି, ଡାକ୍ତର ମନୋରଞ୍ଜନ ମହାନ୍ତି, ଡାକ୍ତର ଜ୍ୟୋତିକ୍ରିଷ୍ଣା ମାଝି, ଡାକ୍ତର ଅଙ୍କିତ କୁମାର ପଣ୍ଡାଙ୍କ ସମେତ ସମସ୍ତ ଫାର୍ମାଶିଷ୍ଟ, ଗୋଷ୍ଟୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ତ୍ୟ ସେବୀକା ଏବଂ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏଥିରେ ସାମିଲ ହେଇ ସେବା ଯୋଗାଇଥିଲେ। ଗୋଷ୍ଟୀ ଜନ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ହେମନ୍ତୁ କୁମାର ଶଗଡ଼଼ିଆ ପରିଚାଳନ।କରିଥିବା ବେଳେ ବି.ପି.ଏମ ପ୍ରଶାନ୍ତ କୁମାର ପାଢ଼ୀ ସହଯୋଗ କକରିଥିଲେ।



