www.samajalive.in
Monday, December 15, 2025
26.1 C
Bhubaneswar

ରାଜଧାନୀ ଦିଲ୍ଲୀରେ ନୁଆଁଖାଇ ଭେଟଘାଟ

ସମ୍ବଲପୁର: ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ପଶ୍ଚିମ ଓଡିଶାର କଳା ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ କାମ କରୁଥିବା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାର ଦିଲ୍ଲୀ ଆଜି ଆୟୋଜିତ କରିଥିଲା ଭବ୍ୟ ନୂଆଁଖାଇ ପରବ। ମା ସମଲେଶ୍ୱରୀ ମା ପାଟଣେଶ୍ୱରୀ ମା ସୁରେଶ୍ୱରୀ, ମା ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ଦିଲ୍ଲୀ କେଣ୍ଟ ସ୍ଥିତ ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନ ପ୍ରେକ୍ଷାଳୟରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜ ବକ୍ତବ୍ୟ ରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ନୂଆଁଖାଇର ଜୁହାର ଓ ଶୁଭକାମନା ଜଣାଇଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ନୂଆଁଖାଇ ହେଉଛି କୃଷିଭିତ୍ତିକ ଏକ ମହାନ ସାମାଜିକ ଓ ସାଂସ୍କୃତିକ ପର୍ବ। ଏହା ଆମର ପରିଚୟ ଓ ସଂସ୍କୃତିର ପ୍ରତୀକ। ପରିବାର ଏବଂ ବନ୍ଧୁବାନ୍ଧବ ମାନଙ୍କ ସହ ମିଶି ନୂଆ ଖାଇବା ଓ ପରିବାରରେ ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦେଇ ପାରିବାରିକ ଓ ସାମାଜିକ ସମ୍ବନ୍ଧକୁ ସୁଦୃଢ କରିବା ଏହି ପର୍ବର ମହାନ ପରମ୍ପରା। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ସମ୍ବଲପୁରୀ ମାଦଳର ମହକ ପୃଥିବୀର ଅନ୍ୟ କୌଣସି ଜାଗାରେ ନାହିଁ। ଶ୍ରୀ ପ୍ରଧାନ କହିଲେ ଯେ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ, ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ସମ୍ବଲପୁରୀ ଡାଲଖାଇ ଗୀତରେ ବିଶ୍ୱର ନେତୃତ୍ୱଙ୍କୁ ସ୍ୱାଗତ କରାଯାଉଥିଲା। ଆମର ସଂସ୍କୃତି କେବଳ ଆମ ସମସ୍ତଙ୍କ ମଧ୍ୟରେ ଏକତା ମନୋଭାବ ଆଣେ ନାହିଁ ବରଂ ବିଶ୍ୱକୁ ମଧ୍ୟ ପ୍ରଭାବିତ କରିଥାଏ। ଉତ୍ତର ପ୍ରଦେଶ ପୋଲିସ ରେ ଜେଲ ମହାନିର୍ଦେଶକ ସତ୍ୟନାରାୟଣ ସାବତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଜୁହାର ପରିବାର ଦିଲ୍ଲୀ ନୂଆଁଖାଇ ପରବ ପାଇଁ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରିତ ଭିଡ଼ିଓ ବାର୍ତ୍ତା ମଧ୍ୟ ପ୍ରସାରିତ କରାଯାଇଥିଲା। ଏ ଅବସରରେ ସମ୍ବଲପୁରୀ ପାରମ୍ପରିକ ନୃତ୍ୟ ପାଇଁ ଜୀବନବ୍ୟାପି ସାଧନା ଓ ତ୍ୟାଗ କରିଥିବା ବେଟିଖାଇ ବରିହାଙ୍କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଜୁହାର ସମ୍ମାନ ୨୦୨୩ ରେ ସମ୍ମାନିତ କରିଥିଲେ। ପ୍ରଖ୍ୟାତ କଳାକାର ଅଟଳ ବିହାରୀ ପଣ୍ଡାଙ୍କ ସମ୍ମାନାର୍ଥେ ପ୍ରଦାନ କରାଯାଉଥିବା ଜୁହାର ଅଟଳ ସମ୍ମାନରେ ଦଣ୍ଡ ନୃତ୍ୟ ଗୁରୁ ବିପିନ ଜାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସ୍ମରଣିକା ’ଜୁହାର ସୁରତା’ କୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ।

- Advertisement -

ଭାରତୀୟ ନବୀକରଣ ଶକ୍ତି ବିକାଶ ଏଜେନ୍ସି ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଦାଶ ଓ ଜାତୀୟ ତାପଜ ଶକ୍ତି ନିଗମ ର ମାନବ ସମ୍ବଳ ନିର୍ଦେଶକ ଦିଲୀପ ପଟେଲ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ।

ବରଗଡ ଜିଲ୍ଲା ଗାଇସିଲେଟ ଭୁତିବାହାଲର ଦୁଲଫୁଲ କଲାପରିଷଦ ଡାଲଖାଇ ଓ ଚୁଟକୁଚୁଟା ପରିବେଷଣ କରିଥିବା ବେଳେ ସମ୍ବଲପୁରର ଫୋକାଲ ଦଳ ନୂଆଁଖାଇ ର କଥା ଓ ରଙ୍ଗବତୀ ର କଥା ନାମକ ସମ୍ବଲପୁରୀ ନୃତ୍ୟନାଟିକା ପ୍ରଦର୍ଶନ କରିଥିଲେ। ଯୁବ ଗାୟିକା ଅର୍ଚନା ପାଢ଼ୀ, ଶାଶ୍ୱତ ତ୍ରିପାଠୀ ଓ ଝରଣା କୌଶଳ ସମ୍ବଲପୁରୀ ଗୀତର ପ୍ରସ୍ତୁତି ଦେଇଥିଲେ। ବ୍ୟଙ୍ଗକବି ଜ୍ଞାନ ହୋତା ଓ ରେଡ଼ିଓ ଜକି କେକେ ମଧ୍ୟ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇ ଉପସ୍ଥିତ ଲୋକଙ୍କ ମନୋରଞ୍ଜନ କରିଥିଲେ। ଟେରାକୋଟା ଶିଳ୍ପୀ ମୁକୁନ୍ଦ ରଣା ମଧ୍ୟ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ଅଞ୍ଜନ ପ୍ରଧାନ। ସୁବର୍ଣ୍ଣପୁରର ଅର୍ଜୁନ ରଥଙ୍କ ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ଆମ୍ବିଲ ଲେଥା, ହେଂଡୁଆ ଚୁଟଚୁଟା, ଆରସା, ମାଲପୁଆ, ଭାଜିଶାଗ ବଡିର ସ୍ୱାଦ ନେଇଥିଲେ ଉପସ୍ଥିତ ପ୍ରବାସୀ। କାର୍ୟ୍ୟକ୍ରମରେ ୨୫୦୦ ରୁ ଅଧିକ ବ୍ୟକ୍ତି ଯୋଗ ଦେଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories