www.samajalive.in
Monday, December 15, 2025
14.1 C
Bhubaneswar

ମରଣଯନ୍ତା ପାଲଟିଛି ଚିଲାଖଣ୍ଡି ପୋଲ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା –ବଲାଙ୍ଗିର ୫୭ନଂ ଯାତୀୟ ରାଜପଥ ହରେକୃଷ୍ଣପୁର ଠାରେ ନବନିର୍ମ୍ମିତ ଚିଲାଖଣ୍ଡି ପୋଲର ନିମ୍ନମାନର କାମକୁ ବିରୋଧ କରି ମରାମତି ଦାବିରେ ମଙ୍ଗଳବାର ଗ୍ରାମବାସୀ ରାସ୍ତାରୋକ କରିଥିଲେ।ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରିହିଥିବା ବେଳେ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ।ସୂଚନାନୁସାରେ ହରେକୃଷ୍ଣପୁର ଶିବ ମନ୍ଦିର ପାଖ ଏନଏଚ ୫୭ ଉପରେ ଥିବା ଚିଲାଖଣ୍ଡି ପୁରୁଣାପୋଲ ଦୀର୍ଘ ଦିନ ହେଲା ବିପଦପୁର୍ଣ୍ଣ ଅବସ୍ଥାରେ ରହିଥିଲା। ଏହା ସହ ପଥଚାରୀଙ୍କ ପାଇଁ ଏହି ପୋଲ ଦୁର୍ଘଟଣା ଯୋନ ପାଲଟିଥିଲା। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ପକ୍ଷରୁ ଏହାର ଅପର ପାର୍ଶ୍ବରେ ଏକ ନୂତନ ପୋଲ ନିର୍ମାଣ କରାଯାଇଥିଲା। ଏହି ନିର୍ମାଣ କାର୍ଯ୍ୟ ଏଆରଆରଏସ ନାମକ ଏକ ବେସରକାରୀ ସଂସ୍ଥାକୁ ନିୟୋଜିତ କରାଯାଇଥିଲା। ଏଆରଏସଏସ ଠିକା ସଂସ୍ଥାର ମନମୁଖୀ ଏବଂ ନିମ୍ନ ମାନର କାର୍ଯ୍ୟଯୋଗୁଁ ୪ରୁ ୫ ବର୍ଷ ମଧ୍ୟରେ ରାସ୍ତାର ମଧ୍ୟ ଭାଗରେ ବଡବଡ ଗର୍ତ୍ତ ସୃଷ୍ଟି ହୋଇ ଲୁହା ରଡ ଦେଖାଯାଉଛି।ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି। ପୋଲ ମରାମତି ନିମନ୍ତେ ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କ଼ରିଛନ୍ତି। ଆଜି ନିମ୍ନମାନର ପୋଲ ନିର୍ମାଣ ପ୍ରତିବାଦରେ ଗ୍ରାମବାସୀ ରାସ୍ତା ରୋକ କରିଥିଲେ। ଦୀର୍ଘ ୪ଘଣ୍ଟା ରାସ୍ତା ଅବରୋଧ ପରେ ହରଭଙ୍ଗା ତହସିଲଦାର ଶୀବାନି ଦାଶ ଏବଂ ଅତିରିକ୍ତ ତହସିଲଦାର ଶମ୍ବିତ ସାମଲ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଦୁଇରୁ ତିନିଦିନ ମଧ୍ୟରେ ଏଆରଏସଏସ ଠିକା ସଂସ୍ଥା ପୋଲ ମରାମତି କରିବା ସହ ୨୦ଫିଟର ନୂତନ ସ୍ଲାପ ନିର୍ମାଣ ପାଇଁ ତହସଲିଦାର ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ। ପରେ ରାସ୍ତା ରୋକ ହଟିବା ସହ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories