କେଶଦୁରାପାଳ: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଗୋପୀନାଥପୁର ଆଶ୍ରମ ବିଦ୍ୟାଳୟର ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଣ୍ଡଳ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପ୍ରଦୁମ୍ନ କୁମାର ଲେଙ୍କା ଯୋଗ ଦେଇ ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଶିକ୍ଷକ ଶରତ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କୁମାର ପୁର୍ତ୍ତି, ଖାଳିଆମେଣ୍ଟା ସରପଞ୍ଚ ବୃନ୍ଦାବନ ଜେନା, ଶିକ୍ଷାବିତ୍ ବିଜୟ କୁମାର ସାହୁ, କାର୍ଯ୍ୟକ୍ରମ ପ୍ରଶିକ୍ଷକ ବେଦୀ ପ୍ରସାଦ ରାଉତ, ସ୍ୱାସ୍ଥ୍ୟ କର୍ମଚାରୀ ବିଜୟ କୁମାର ସାହୁ, ପ୍ରାଣି ଚିକିତ୍ସକ ବାବାଜୀ ଜେନା, ଡ ଶାନ୍ତ୍ରା କୁମାର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚନ୍ଦ୍ର ମୋହନ ଟୁଡୁ ପ୍ରମୁଖ ଯୋଗ ଦେଇ ପିଏପି ସମାବେଶର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ।
Popular Categories



