କେଶଦୁରାପାଳ: ଶାଳପଡ଼ା ସ୍ଥିତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ହଷ୍ଟେଲର ଆଜି ପୁଣି ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କେତେ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଜଣେ ଛାତ୍ରୀ ଗୁରୁତର ହେବାରୁ ତାଙ୍କୁ ରାତି ପ୍ରାୟ ୧୦ଟା ସମୟରେ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଛନ୍ତି। ସୂଚନା ଅନୁଯାୟୀ ସଂପୃକ୍ତ ଛାତ୍ରୀ ଜଣକ ରାତ୍ରି ଭୋଜନ କରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ମୁଣ୍ଡ ବୁଲାଇବା ସହିତ ବାନ୍ତି ହେବାରୁ ହଷ୍ଟେଲର କର୍ମଚାରୀ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଛାତ୍ରୀଙ୍କ ବାପା କାଳନ୍ଦୀ ସାହୁ ହଷ୍ଟେଲରେ ପହଞ୍ଚି ଝିଅକୁ ଡାକ୍ତରଖାନା ନେଇଥିଲେ। ତେବେ ଡାକ୍ତରଖାନାରେ ହଷ୍ଟେଲ କିମ୍ବା କଲେଜ କର୍ତୃପକ୍ଷ ଉପସ୍ଥିତ ନଥିବା ଛାତ୍ରୀଙ୍କ ପରିବାର ଲୋକେ କହିଛନ୍ତି।
Popular Categories



