ଦମ୍ପତିଙ୍କୁ ହତ୍ୟା ଘଟଣାରେ ୮ ଗିରଫ, ୨ ଫେରାର

ଅଡବା: ଅଡବା ଥାନା ଘୋଡାପଙ୍କା ଗ୍ରାମରେ ଗୁଣି ସନ୍ଦେହରେ ସ୍ୱାମୀ ସ୍ତ୍ରୀକୁ ହାଣି ହତ୍ୟା ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୁଲିସ୍। ସମସ୍ତ ଗିରଫ ଅଭିଯୁକ୍ତ ଘୋଡାପଙ୍କା ଗ୍ରାମର। ସେମାନେ ହେଲେ କମ୍ପନ ମଲିକ (୧୯), ଚୈତନ୍ୟ ମଲିକ (୨୨), ବୁଡୁ ମଲିକ (୨୦), ଚନ୍ଦନ ମଲିକ (୨୯), ମିଥୁନ ମଲିକ (୨୩), ଜାଳେନ୍ଦ୍ର ମଲିକ (୪୫), ହେମନ୍ତ ମଲିକ (୨୫) ଓ ସୁବାଷ ମଲିକ (୪୭)।

ସୂଚନା ଅନୁଯାୟୀ, ମୃତକ ସ୍ୱାମୀ କପିଳେନ୍ଦ୍ରକୁ ଗତ ଫେବୃଆରୀ ମାସରେ ଗୁଳି କରି ହତ୍ୟା ଉଦ୍ୟମ କରାଯଇଥିଲା। କିନ୍ତୁ କପିଳେନ୍ଦ୍ର ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସା ହୋଇ ଭଲ ହୋଇଥିଲେ। ଘୋଡାପଙ୍କା ଗାଁରେ ଗତକାଲି ରାତିରେ ସ୍ଵାମୀ ଓ ସ୍ତ୍ରୀ ଘରେ ରହିଥିବା ବେଳେ କପିଳେନ୍ଦ୍ର ଓ ତାଙ୍କ ସ୍ତ୍ରୀ କୁ ଅତି ଅମାନୁସିକ ଭାବେ ହାଣି ହତ୍ୟା କରାଯାଇଛି। ଘଟଣାରେ ଅଡବା ପୋଲିସ କିଛି ମାରଣାସ୍ତ୍ର ଜବତ କରିବା ସହିତ ଉକ୍ତ ଗାଁର ୧୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ତେବେ ପୁଲିସ ୮ ଜଣକୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ପୁଲିସ ଧରିବା ପାଇଁ ଉଦ୍ୟମ କରୁଛି। ଗିରଫ ବ୍ୟକ୍ତି ମାନଙ୍କୁ ମେଡିକାଲ ମାଇନା କରିବା ପରେ କୋର୍ଟ ଚଲାଣ କରାଯିବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତି।

Comments are closed.