www.samajalive.in
Sunday, December 14, 2025
26.1 C
Bhubaneswar

ଦେଓଗାଁ ଶିଶୁ ମନ୍ଦିରରେ ଅଭିଭାବକଙ୍କ ଧାରଣା

ଦେଓଗାଁ: ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦେଖା ଦେଇଥିବା ପରିଚାଳନା ଗତ ତ୍ରୁଟି ଓ ଅବ୍ୟବସ୍ଥାକୁ ନେଇ ମଙ୍ଗଳବାର ଦିନ କିଛି ଅଭିବାବକ ଓ ଶିକ୍ଷାପ୍ରେମୀ ଶୁଶୁମନ୍ଦିର ସାମ୍ନାରେ ଧାରଣା ଦେଇଥିବା ଜଣାପଡିଛି। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କୁ ଅନ୍ୟତ୍ର ବଦଳି କରିବା, ବେନିୟମ ଭାବେ ଗଠିତ ନୂତନ ପରିଚାଳନା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ କରିବାକୁ ଶିକ୍ଷା ବିକାଶ ସମିତି ନିକଟରେ ଦାବୀ କରାଯାଇଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆଜି ଧାରଣାରେ ବସିଥିଲେ ଶିକ୍ଷା ପ୍ରେମୀ। ଆସନ୍ତା ୧୦ ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପରିଚାଳନା କମିଟି ସଭାପତି ଶିବବ୍ରତ ଦାଶ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଧାରଣାରେ ଗଣେଷ ଅଗ୍ରୱାଲ, ଚାପ ବଗର୍ତ୍ତି, ଡା ଶଶୀ ଭୂଷଣ ସାହୁ, ଡ଼ା ସରୋଜ ସାହୁ, ପହଲ୍ଲାଦ ସାହୁ, ଶ୍ୟାମ ସୁନ୍ଦର ସାହୁ, ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ବସନ୍ତ ଗ୍ରୱାଲ, କାନହୁ ମେହେର, ଶିବ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories