ଡେସ୍କ: ଭୁବନେଶ୍ୱରରେ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (GIM) ପକ୍ଷରୁ ‘ଆଗମନ ୨୦୨୩’ ପାଳିତ ହୋଇଯାଇଛି। ଏହାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଚଳିତ ୨୦୨୩-୨୫ ପାଇଁ ନୂଆ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ପଟ୍ଟନାୟକ, ମଇଥାନ ଇସ୍ପାତ ଲିମିଟେଡ଼ର ମାନବ ସମ୍ବଳ ମୁଖ୍ୟ ଅଧିକାରୀ ମାନସ ରଞ୍ଜନ ମାନ୍ଧାତା, ଅଧ୍ୟକ୍ଷ ପ୍ରଫେସର ଡ଼. ନରେନ୍ଦ୍ର କିଶୋର ମିଶ୍ର ଯୋଗ ଦେଇ ନୂଆ ଛାତ୍ରଛାତ୍ରୀ ମାନେ କିଭଳି ଏମବିଏ ଓ ଏମସିଏ କ୍ଷେତ୍ରରେ ଭଲ ପାଠ ପଢି ଦେଶ ତଥା ରାଜ୍ୟ ପାଇଁ ସୁନାମ ଆଣିବେ ସେହି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଡିନ ଡ଼. ମୁନମୁନ ମହାନ୍ତି ଅତିଥି ପରିଚୟ ଦେଇଥିବା ବେଳେ ଡିନ ପ୍ରଫେସର ଵିପୁଲ କୁମାର ଧନ୍ୟବାଦ ଦେଇଥିଲେ। ଅପରାହ୍ନରେ ଦୁଇଟି ଅଧିବେଶନରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା।
ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ 'ଆଗମନ ୨୦୨୩' ପାଳିତ pic.twitter.com/WOhIIroO2T
— Samaja Live (@samajalive) September 26, 2023



