www.samajalive.in
Sunday, December 7, 2025
26.1 C
Bhubaneswar

ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ

ଲାଞ୍ଜିଗଡ: ପଶ୍ଚିମ ଓଡିଶାର ସମସ୍ତ ଜିଲାରେ ନୂଆଁଖାଇ ବେଶ ଆଡମ୍ବର ଭାବେ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲାରେ ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି। ଚାରିଆଡେ କେବଳ ଗୋଟିଏ ଦିନ ନୂଆଁଖାଇ ହୋଇଥାଏ। ହେଲେ କଳାହାଣ୍ଡି ଜିଲାରେ ପର୍ଯ୍ୟାୟକ୍ରମେ ପାଳନ ହୋଇଥାଏ ନୂଆଁଖାଇ। ଉତ୍ସବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ସମସ୍ତଙ୍କୁ ଏକାଠି ବାନ୍ଦିରଖେ ନୂଆଁଖାଇ। ଭାଦ୍ରବ ମାସ ଶୁକ୍ଳପକ୍ଷ ରଷି ପଞ୍ଚମୀ ଦିନ ଜିଲାର ବଡ ଭାଗ ଲୋକେ ନୂଆଁଖାଇ ପାଳନ କରିଥାନ୍ତି। ସେହିପରି ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ମଧ୍ୟ କିଛି ଅଞ୍ଚଳରେ ନୁଆଁ ଖାଇଥାନ୍ତି। ସମସ୍ତେ ଏବେ ନୂଆଁଖାଇ ପ୍ରସ୍ତୁତି ପାଇଁ ଲାଗି ପଡିଛନ୍ତି। ଗାଁଠୁ ସହର ଚାରିଆଡେ ପର୍ବର ମାହୋଲ ଦେଖିବାକୁ ମିଳିଛି। ଚଳିତବର୍ଷ କଳାହାଣ୍ଡି ଜିଲାର ଲୋକେ ଏଥର ଆନନ୍ଦ ଓ ଉତ୍ସାହର ସହ ନୂଆଁଖାଇ ପର୍ବ ପାଳନ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଶନିବାର ଲାଞ୍ଜିଗଡ ସାପ୍ତାହିକ ବଜାରରେ ନୂଆଁଖାଇ ସକାସେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ନବାନ୍ନ ଭକ୍ଷଣ ପାଇଁ ନୂଆଁ ଦନା, ନୂଆମାଟି ହାଣ୍ଡି, ନୂଆଧାନ ବିକ୍ରେତାଙ୍କ ପାଖରେ ଅଧିକ ଭିଡ ରହିଥିଲା। ଚାଷୀ ଅମଳ କରିଥିବା ନୁଆଁ ଧାନକୁ ନୂଅଁIଖାଇରେ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବା ପରେ ନିଜେ ନୂଆଁ ଅର୍ଣ୍ଣ ଗ୍ରହଣ କରିଥାନ୍ତି। ଆକାଶ ଛୁଆଁ ପରିସ୍ଥିତି ସତ୍ତ୍ୱେ ବି ଲୋକେ ପରମ୍ପରାର ରକ୍ଷାଲାଗି ବାଧ୍ୟ ହୋଇ ଚଢାଦର ଦେଇ ବିଭିନ୍ନ ଜିନିଷ କିଣୁଥିବା ଦେଖିବାକୁ ମିଳିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories