www.samajalive.in
Monday, December 15, 2025
15.1 C
Bhubaneswar

ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବୈଠକ

ଟିଟିଲାଗଡ/କଣ୍ଟାବାଞ୍ଜି: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବୈଠକ ଟିଟିଲାଗଡ ଉପଖଣ୍ଡ ନିର୍ବାଚନ ଅଧିକାରୀ-ତଥା-ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂଶୋଧିତ ଭୋଟର ପଞ୍ଜୀକରଣ ଆଇନ ୨୦୨୨ ଅନୁଯାୟୀ ରୂପାନ୍ତରିତ ପଞ୍ଜୀକରଣ ଫର୍ମ ଗୁଡିକର ସରଳୀକରଣ ବ୍ୟବସ୍ଥା ଓ ଏହାର କାର୍ଯ୍ୟକାରିତା, ଆଧାର ସଂଯୋଗୀକରଣ ସମ୍ପର୍କରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରତିନିଧି ମାନଙ୍କୁ ଉପଜିଲ୍ଲାପାଳ ଅବଗତ କରାଇଥିଲେ। ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଭୋଟର ତାଲିକାରେ ନିଜର ନାମ ପଞ୍ଜୀକରଣ କରିବାକୁ ବର୍ଷ କୁ ଥରେ ମାତ୍ର ସୁଯୋଗ ମିଳୁଥିବା ବେଳେ, ଏବେ ତାହା ପରିବର୍ତ୍ତନ କରାଯାଇ ବର୍ଷରେ ୪ ଥର ସୁଯୋଗ ମିଳୁଛି। ୪ଟି ଯୋଗ୍ୟତା ସୂଚକ ତାରିଖ ଜାନୁଆରୀ ୧ ତାରିଖ, ଏପ୍ରିଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ଅକ୍ଟୋବର ୧ ତାରିଖ ବେଳକୁ ଯେଉଁ ନାଗରିକ ମାନଙ୍କ ବୟସ ୧୮ ବର୍ଷ ହୋଇଥିବ, ସେମାନେ ପରବର୍ତ୍ତୀ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନିଜ ନାମ ପଞ୍ଜୀକରଣ କରିପାରିବେ।

ପ୍ରତ୍ୟେକ ବୁଥରେ ଅଙ୍ଗନୱାଡି କର୍ମୀ କିମ୍ବା ଶିକ୍ଷକ ଜଣେ ଜଣେ ବୁଥସ୍ତରୀୟ ଅଧିକାରୀ ଭାବେ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ କରିବା ସହ ୧୮ ରୁ ୧୯ ବର୍ଷ ହୋଇଥିବା ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବା ପାଇଁ ଯତ୍ନବାନ ହେବେ, କୌଣସି ଯୋଗ୍ୟ ମତଦାତା ବାଦ ପଡିବେ ନାହିଁ, ଏଥି ନିମନ୍ତେ ସ୍ଵତନ୍ତ ଭାବେ ଦୃଷ୍ଟି ଦେବାପାଇଁ ଶ୍ରୀ ପାଢୀ ବକ୍ତବ୍ୟ ପ୍ରଦାନ କରିଥିଲେ, ସେଭଳି ଭାବେ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଯୋଗ୍ୟତା ପ୍ରମାଣିତ ତା୦୧.୧୦.୨୦୨୩ରିଖ ଅଟେ। ଭୋଟର ତାଲିକାରେ ଭିନ୍ନକ୍ଷମ ନୂତନ ଭୋଟରଙ୍କୁ ଅନ୍ତର୍ଭୁକ୍ତ, ସମସ୍ତ ଯୋଗ୍ୟ ଯୁବ ଭୋଟରଙ୍କୁ ସାମିଲ କରିବା, ସଠିକ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି କରିବା, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କୁ ବାଦ ଦେବା ସମ୍ପର୍କରେ ଉପଜିଲ୍ଲାପାଳ ଅବଗତ କରାଇଥିଲେ। ଭୋଟର ତାଲିକାରେ ନୂତନ ଭାବେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା କିମ୍ବା ଅନ୍ତର୍ଭୁକ୍ତ ହୋଇଥିବା ନାମକୁ ବାଦ ଦେବା ପାଇଁ ଫର୍ମ-୭, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବିବରଣୀ ସଂଶୋଧନ ନିମନ୍ତେ ଫର୍ମ-୮, ଭୋଟର ତାଲିକାରେ ଉଲ୍ଲେଖ ହୋଇଥିବା ହୋଇଥିବା ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ-୦୮(ଖ), ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ ନିମନ୍ତେ ଫର୍ମ-୬(ଖ)ରେ ମତଦାତା ମାନେ ଆବେଦନ କରିପାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ପାଢୀ ସୂଚନା ପ୍ରଦାନ କରିଥିଲେ।

- Advertisement -

ସେହିପରି ଟିଟିଲାଗଡ ନିର୍ବାଚନ ମଣ୍ଡଳୀ-୬୯ରେ ଭୋଟର ତାଲିକାରେ ନୂତନ ଭାବେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬ରେ ୪୫୯୨ ଜଣ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା କିମ୍ବା ଅନ୍ତର୍ଭୁକ୍ତ ହୋଇଥିବା ନାମକୁ ବାଦ ଦେବା ପାଇଁ ଫର୍ମ-୭ରେ ୧୦୪୦ ଜଣ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବିବରଣୀ ସଂଶୋଧନ ନିମନ୍ତେ ଫର୍ମ-୮ ରେ ୩୨୩୮ଜଣ , ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ ନିମନ୍ତେ ଫର୍ମ-୬(ଖ)ରେ ୨୦୨୦ଜଣ ମତଦାତା ମାନେ ଆବେଦନ କରିଛନ୍ତି ଓ ଭୋଟରଙ୍କ ସଂଖ୍ୟା ଆଜି ପର୍ଯ୍ୟନ୍ତ ୨,୪୫,୪୦୮ଜଣ, ସେମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧,୨୫,୪୯୨ଜଣ (୫୧.୧୪%), ମହିଳା ୧,୧୯,୮୨୭ଜଣ (୪୮.୮୩%), ତୃତୀୟ ଲିଙ୍ଗୀ ୮୯ ଜଣ (୦.୦୪%) ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ-୭୦ ରେ ଭୋଟର ତାଲିକାରେ ନୂତନ ଭାବେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬ ରେ ୪୩୫୩ ଜଣ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା କିମ୍ବା ଅନ୍ତର୍ଭୁକ୍ତ ହୋଇଥିବା ନାମକୁ ବାଦ ଦେବା ପାଇଁ ଫର୍ମ-୭ ରେ ୧୮୭୭ଜଣ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବିବରଣୀ ସଂଶୋଧନ ନିମନ୍ତେ ଫର୍ମ-୮ ରେ ୩୬୯୯ ଜଣ, ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ ନିମନ୍ତେ ଫର୍ମ-୬(ଖ)ରେ ୧୫୫୭ ଜଣ ମତଦାତା ମାନେ ଆବେଦନ କରିଛନ୍ତି ଓ ଭୋଟରଙ୍କ ସଂଖ୍ୟା ଆଜି ପର୍ଯ୍ୟନ୍ତ ୨,୬୫,୨୧୩ଜଣ, ସେମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧,୩୫,୦୭୧ ଜଣ (୫୦.୯୫%), ମହିଳା ୧,୩୦,୦୭୨ ଜଣ (୪୯.୦୪%), ତୃତୀୟ ଲିଙ୍ଗୀ ୭୦ ଜଣ (୦.୦୩%) ବୋଲି ଉପଜିଲ୍ଲାପାଳ ଶ୍ରୀ ପାଢୀ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିପିନ ବିହାରୀ ଦୀପ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌରପରିଷଦ, ଟିଟିଲାଗଡ, ଡଃ. ଲଳିତ ବାଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଟିଟିଲାଗଡ, ଶ୍ରୀ ଦେବାଶିଷ ସାମଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତୁରେକେଲା, ଶ୍ରୀ ଅମୃତ ଲାଲ ବେହେରା, ତହସିଲଦାର, କଣ୍ଟାବାଞ୍ଜି, ଶ୍ରୀ ଚନ୍ଦ୍ର ପ୍ରସାଦ ଦେହୁରି, ସହକାରୀ ଜିଲ୍ଲାପାଳ, ରାଜନୈତିକ ଦଳର ପ୍ରତିନିଧି, ବିଭାଗୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories