www.samajalive.in
Sunday, December 14, 2025
14.1 C
Bhubaneswar

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ବାଲନ୍ଦାପଡା ପଞ୍ଚାୟତର ତିତେରେପଳା ଗାଁରେ ଜଣେ ବିଧବା ମହିଳାଙ୍କୁ ସେହି ଗାଁର ଜଣେ ଯୁବକ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଦୀର୍ଘ ବର୍ଷ ଧରି ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଗୋଛାପଡା ପୁଲିସ ଗିରଫ କରି ଜେଲ ପଠାଇଛି। ସୂଚନା ଅନୁସାରେ ଗୋଛାପଡା ଥାନା ଅନ୍ତର୍ଗତ ଖଜୁରୀ ଗାଁର ମିଞ୍ଜୁରୀ ଦିଗାଲ ନାମକ ଜଣେ ବିଧବା ମହିଳା ସେହି ତିତେରେପଳା ଗାଁର କର୍ଣ୍ଣ ଦିଗାଲ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଗତ ୨୦୦୮ରେ ମିଞ୍ଜୁରୀ ଦିଗାଲଙ୍କ ସ୍ୱାମୀ କର୍ଣ୍ଣ ଦିଗାଲଙ୍କ ହଠାତ ମୃତ୍ୟୁ ହୋଇଥିଲା। କର୍ଣ୍ଣଙ୍କ ମୃତ୍ୟୁ ପରେ ସେହି ତିତେରେପଳା ଗାଁର ଅଭିଯୁକ୍ତ ସନିଆ ଦିଗାଲଙ୍କର ସମ୍ପୃକ୍ତ ବିଧବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅଭିଯୁକ୍ତ ଜଣକ ସମ୍ପୃକ୍ତ ବିଧବା ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଉଭୟଙ୍କ ସମ୍ପର୍କ ବିଷୟରେ ଗ୍ରାମବାସୀ ଜାଣିବା ପରେ ଗାଁରେ ଏକ ବୈଠକ କରି ଅଭିଯୁକ୍ତ ସନିଆ ଦିଗାଲକୁ ନିଜ ଜାତି କୁଳର ପରମ୍ପରା ଅନୁସାରେ ଦଣ୍ଡ ଦେବା ସହ ସମ୍ପୃକ୍ତ ବିଧବା ମହିଳାଙ୍କୁ ବିବାହ କରିବା ପାଇଁ କହିଥିଲେ। ତଥାପି ଅଭିଯୁକ୍ତ ଜଣକ ସମ୍ପୃକ୍ତ ବିଧବା ମହିଳାଙ୍କୁ ଠକି ଚାଲିବା ସହ ତାଙ୍କ ସହ ବାରମ୍ବାର ଶାରୀରିକ ସମର୍କ ରଖି ଚାଲିଥିଲା। ଶେଷରେ ବିଧବା ମହିଳା ଜଣକ ଅଭିଯୁକ୍ତ ଯୁବକର ମିଥ୍ୟା ପ୍ରତିଶୃତିରେ ଅତିଷ୍ଟ ହୋଇ ଗୋଛାପଡା ଥାନାରେ ଏକ ଲିଖିତ ଏତଲା ଦେଇଥିଲେ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories