www.samajalive.in
Sunday, December 14, 2025
17.1 C
Bhubaneswar

ଏନପିଏସ୍ ଶିକ୍ଷକ ସଂଘ ତରଫରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ବିଭିନ୍ନ ଦାବି ନେଇ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆସନ୍ତା ୨୬ ତାରିଖରେ ଗାନ୍ଧୀମାର୍ଗରେ ହେବାକୁ ଥିବା ବିରାଟ ଆନ୍ଦୋଳନରେ ଭାଗନେବା ପାଇଁ ଜିଲ୍ଲାସଂଘ ନିଷ୍ପତ୍ତି ନେଇଛି। ଗତକାଲି ଜିଲ୍ଲା ସରକାରୀ ହାଇସ୍କୁଲ ଏନପିଏସ୍ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ସଭାପତି ସୋମନାଥ ସାହାଣୀଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏଇ ଦୁଇ ଦଫା ଦାବି ବିଶିଷ୍ଟ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଦୀପ ସାହୁ, ମନୋରଞ୍ଜନ ପାଢ଼ୀ, ଅଚଳ ମହାମେରୁ ବାରିକ, ବେଣୁଧର ପ୍ରଧାନ, ରମେଶ ମେହେର, ଗଣେଶ ପ୍ରଧାନ, ଶିବ ପ୍ରସାଦ ଦାଶ, ଶ୍ରୀଚନ୍ଦନ ବଳିଆରସିଂ, ଶ୍ୟାମସୁନ୍ଦର ନାୟକ, ରିତେଶ ବେହେରା, ଧନଞ୍ଜୟ ଦିଗାଲ, ଅଶ୍ୱିନୀ ପ୍ରଧାନ, ପ୍ରତିମାରାଣୀ ପଣ୍ଡା, ଦୀପ୍ତି ନନ୍ଦ, ପ୍ରତାପ ପଣ୍ଡା, ବରୁଣ ପ୍ରଧାନ, କୁମାରୀ ପୁନମ ସମେତ ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories