www.samajalive.in
Monday, December 15, 2025
16.1 C
Bhubaneswar

ଅଲ ଓଡ଼ିଶା ଇପିଏଫ ପେନସନର୍ସ ସଂଘର ଧାରଣା

ସମ୍ବଲପୁର: ସମ୍ବଲପୁର ଠାରେ ଗୁରୁବାର ଅଲ ଓଡ଼ିଶା ଇପିଏଫ ପେନସନର୍ସ ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ସକାଶେ ଧାରଣା ଦିଆଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ନାରୀ ସେବା ସଦନ ସମ୍ମୁଖରୁ ସଂଘର ସଦସ୍ୟ ମାନେ ଏକ ରାଲିରେ ଦାବି ପୂରଣ ସକାଶେ ବିଭିନ୍ନ ସ୍ଲୋଗାନ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲେ। ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭକାରୀ ମାନେ ଧାରଣାରେ ବସି ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ, ପେନସନ ସହିତ ମହଙ୍ଗା ଭତ୍ତା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ବର୍ଦ୍ଧିତ ପେନସନ ପ୍ରଦାନ, ସମସ୍ତ ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନାରେ ସାମିଲ କରିବା ଆଦି ଦାବି କରିଥିଲେ। ସମ୍ପାଦକ ନାରାୟଣ ସୁବୁଦ୍ଧିଙ୍କ ନେତୃତ୍ୱରେ ସଭାପତି ଟଙ୍କଧର ମାଝୀ, ଉପ ସଭାପତି ବିଜୟ କୁମାର ଧର ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଏହି ଧାରଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories