www.samajalive.in
Monday, December 8, 2025
16.1 C
Bhubaneswar

ଫାଟକ ଷ୍ଟେସନରେ ସିଟି ବୁକିଂ କେନ୍ଦ୍ର ଖୋଲିବାକୁ ଦାବି

ସମ୍ବଲପୁର: ସମ୍ବଲପୁରର ଫାଟକ ଷ୍ଟେସନ ଠାରେ ରେଳବାଇର ସିଟି ବୁୁକିଂ କେନ୍ଦ୍ର ଖୋଲିବାକୁ ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ଦାବି କରାଯାଇଛି। ସମ୍ବଲପୁର ରୋଡ ରେଳ ଷ୍ଟେସନ ବନ୍ଦ ହୋଇଯିବାରୁ ବିଭିନ୍ନ ଗ୍ରାମାଞ୍ଚଳ ଓ ଦୁରଦୂରାନ୍ତର ଶହ ଶହ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ସହିତ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଫାଟକ ରେଳ ଷ୍ଟେସନରେ ଥିବା ଟିକେଟ କାଉଣ୍ଟର ବନ୍ଦ ହୋଇଯିବାରୁ ଯାତ୍ରୀ ମାନେ ଟିକଟ କାଟିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇ କ୍ଷେତରାଜପୁର ସ୍ଥିତ ମୁଖ୍ୟ ଷ୍ଟେସନକୁ ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅତ୍ୟଧିକ ଭିଡ ହେବା ସହିତ ଅନେକ ସମୟ ଅପଚୟ ହେଉଛି। ଏଣୁ ଫାଟକ ଷ୍ଟେସନ ଅଞ୍ଚଳରେ ଏକ ସିଟି ଟିକେଟ କେନ୍ଦ୍ର ଖୋଲାଗଲେ ଯାତ୍ରୀ ମାନେ ବହୁ ଉପକୃତ ହେବେ। ସମ୍ବଲପୁର – ପୁରୀ ଇନ୍ଟରସିଟି ଏକ୍ସପ୍ରେସ ପ୍ରାୟ ସବୁ ଦିନ ରାତ୍ରିରେ ବିଳମ୍ବରେ ପହୁଞ୍ଚଛି। ଫାଟକ ଷ୍ଟେସନ ଥିବା ସମୟରେ ଇନ୍ଟରସିଟି ଓ ପାସେଞ୍ଜର ରେଳଗାଡି ଗୁଡିକର ସିଂହଭାଗ ଯାତ୍ରୀ ମାନେ ଏହି ଷ୍ଟେସନରେ ଓହ୍ଲାଇ ନିଜର ଗନ୍ତବ୍ୟସ୍ଥଳକୁ ସୁବିଧାରେ ଯାଇ ପାରୁଥିଲେ ଏବଂ ଖର୍ଚ୍ଚ ମଧ୍ୟ କମ ହେଉଥିଲା। ଏଣୁ ଅତି କମରେ ଗୋଟିଏ ପ୍ଲାଟଫର୍ମରେ ଇନ୍ଟରସିଟି ଓ ପାସେଞ୍ଜର ଟ୍ରେନ ଗୁଡିକ ରହଣି କରାଗଲେ ଯାତ୍ରୀ ମାନେ ଅନେକ ସୁବିଧା ପାଇ ପାରିବେ। ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ଫାଟକ ଷ୍ଟେସନରେ ଏକ ସିଟି ଟିକେଟ କେନ୍ଦ୍ର ସହିତ ଗୋଟିଏ ପ୍ଲାଟଫର୍ମ କାର୍ଯ୍ୟକ୍ଷମ କରି ଇନ୍ଟରସିଟି ଓ ପାସେଞ୍ଜର ଟ୍ରେନ ଗୁଡିକର ରହଣି ପାଇଁ ମଣ୍ଡଳ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଦାବି କରାଯାଇଛି। ଏଥି ସହ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜ ମନୋରଞ୍ଜନ ଶର୍ମାଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସାମୁଖ୍ୟର ସଭାପତି ଡ. ପରେଶ ଦାନୀ, ଅଖିଳ ରଞ୍ଜନ ପଟ୍ଟନାୟକ, ଡ. ସନ୍ତୋଷ କୁମାର ଦାଶ, ଦୀନବନ୍ଧୁ ପଣ୍ଡା ଓ ଶିବଶଙ୍କର ଦାନୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories