ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଆରପାଜୁ ଗ୍ରାମପଞ୍ଚାୟତ ବୁଢାରାକାଡି ପଂଚାୟତ ହାଇସ୍କୁଲରେ ଗତ ୩୧ ତାରିଖରେ ହୋଇଥିବା ଚୋରି ଘଟଣା ପରେ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସାହୁ ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ବିଭିନ୍ନ ଅଂଚଳରେ ଚଢ଼ାଉ କରି ଚୋରି ସାମଗ୍ରୀ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ହେଲେ ଦରଡ଼ା ଗ୍ରାମର ସୁମନ୍ତ ନାୟକ ଏବଂ ଏଥିରେ ଜଣେ ନାବାଳକ ସାମିଲ ଥିବାବେଳେ ଚୋରି ସାମଗ୍ରୀ ରଖିଥିବା ଅନ୍ୟ ଅଭିଯୁକ୍ତ ହେଲା ବୁରୁପଦା ଅଂଚଳର ଦୀପକ କହଁର। ସେହିଭଳି ଚୋରି କାର୍ୟ୍ୟରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ନାବାଳକ ଫେରାର ଥିବା ପୋଲିସ ସୂଚନା ଦେଇଛି। ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ଧରାଯିବ ବୋଲି ଆଜି ପ୍ରେସମିଟରେ ସଦର ଏସ୍ଡ଼ିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ୧୦ଟି କମ୍ପ୍ୟୁଟର ଏବଂ କିବୋର୍ଡ଼ ସମେତ ମାଉସ, କ୍ରିକେଟ ବ୍ୟାଟ, ବଲ, ଫୁଟବଲ, ପ୍ରିଣ୍ଟର, ଗ୍ଲୋବସ ଏବଂ ହେଡିଫୋନ ଆଦି ଜବତ କରିଥବା ପୋଲିସ ସୂଚନା ଦେଇଛି।
Popular Categories



