ସମ୍ବଲପୁର: ସମ୍ବଲପୁରର ଯୁଯୁମୁରା ଡଙ୍ଗରପଡ଼ା ନିବାସୀ ମହେନ୍ଦ୍ର ରଣବିଡାଙ୍କ ୬ ବର୍ଷର ପୁତ୍ର ହେମନ୍ତ ରଣବିଡା ଜନ୍ମରୁ ଦିବ୍ୟାଙ୍ଗ ହେବା ସହିତ ତାଙ୍କର ସ୍ୱତନ୍ତ୍ର ମଳଦ୍ୱାର ନାହିଁ। ଏଣୁ ବୟସ ବୃଦ୍ଧି ହେବା ସହିତ ତାଙ୍କରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ମୁଖକୁ ଆସୁଛି। ମଳ ନିଷ୍କାସନ ପାଇଁ ସେ କଟକର ବଡ ଡାକ୍ତରଖାନାରେ ୨ ଥର ଅସ୍ତ୍ରୋପଚାର କରାଇ ସାରିଥିବା ବେଳେ ସମ୍ପୁର୍ଣ୍ଣ ରୂପେ ସୁସ୍ଥ ହୋଇ ନାହାନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଉ ଥରେ ତାଙ୍କର ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା ରହିଥିବା ବେଳେ ଆର୍ଥିକ ସମସ୍ୟା ଯୋଗୁଁ ପରିବାର ଅସମର୍ଥ ରହିଛନ୍ତି। ଏଣୁ ରଣବିଡା ପରିବାର ବିଜେଡି ଜିଲା ଯୁବ ସମ୍ପାଦକ ନିଶିକାନ୍ତ ବିଶ୍ୱାଳ ଙ୍କ ସହିତ ଜିଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇ ସହାୟତା ପାଇଁ ଅନୁରୋଧ କରିଛନ୍ତି। ଜିଲା ରେଡକ୍ରସ ଓ ଉପ ଜିଲାପାଳ ସରକାରଙ୍କ ତରଫରୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।
Popular Categories



