www.samajalive.in
Monday, December 15, 2025
27.1 C
Bhubaneswar

ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଫୁଲବାଣୀ: ଜିଲ୍ଲା କଳା ସଂସ୍କୃତି ସଙ୍ଘ ଓ ବ୍ଲକ କଳା ସଂସ୍କୃତି ସଙ୍ଘରେ ସଂଶ୍ଲିଷ୍ଟ ଥିବା ଓଡ଼ିଶାର ହଜାର ହଜାର ସଂଖ୍ୟାରେ କଳାକାର ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସରକାରୀ ଯୋଜନାରେ ଲୋକଙ୍କ ସଂପୃକ୍ତିକୁ ଅଧିକ ସୁଦୃଢ଼ କରୁଛନ୍ତି। ଫଳରେ, ଓଡ଼ିଶାର ପାରମ୍ପରିକ ଲୋକକଳାର ସଂରକ୍ଷଣ, ବିକାଶ ତଥା ପ୍ରଚାର ପ୍ରସାର ହେବା ସହିତ କଳାକାର ମାନଙ୍କର ଜୀବନ ଜୀବିକାରେ ସହାୟକ ମଧ୍ୟ ହେଉଛି। ଏହି ପରିପ୍ରେକ୍ଷୀରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଚଳିତ ମାସ ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଗ୍ରାମାଞ୍ଝଳରେ ଯୋଜନାବଦ୍ଧ ଭାବରେ ଆୟୋଜିତ ହେବ। ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ପରିବେଷଣ କରୁଥିବା ସମସ୍ତ ସାଂସ୍କୃତିକ ଦଳ ଏହି ଅଭିଯାନରେ ଅଂଶ ଗ୍ରହଣ କରିବେ। ଓଡ଼ିଶା ସରକାରଙ୍କର ଯେଉଁ ଯୋଜନା ଗୁଡ଼ିକ ଲୋକଙ୍କ ଜୀବନଚକ୍ରକୁ ଅଧିକ ପ୍ରଭାବିତ କରୁଛି ଏବଂ ଯେଉଁଥିରେ ଲୋକମାନେ ଅଧିକରୁ ଅଧିକ ଉପକୃତ ହେଉଛନ୍ତି ସେହି ଯୋଜନା ଗୁଡ଼ିକୁ ଲୋକମାନଙ୍କ ପାଖରେ ପହଞ୍ଝାଇବାକୁ ଅଧିକ ଗୁରୁତ୍ୱ ଦିଆଯିବ। ସେଥିଲାଗି ଜିଲ୍ଲାସ୍ତରରେ ଓ ବ୍ଲକସ୍ତରରେ କଳାକାର ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦ୍‌‌ଘାଟନ କରି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ କହିଥିଲେଯେ, ସରକାରଙ୍କର କେତେଗୁଡ଼ିଏ ବିକାଶ ମୂଳକ ଯୋଜନା ରହିଛି ତାହା ଗ୍ରାମାଞ୍ଝଳର କିଛି ଲୋକମାନଙ୍କ ପାଖରେ ପହଞ୍ଝିପାରୁନି। ଫଳରେ ସେମାନେ ତା’ର ଫାଇଦା ପାଇପାରୁନାହାଁନ୍ତି। ଓଡ଼ିଶା ସରକାରଙ୍କ ଏହି ଉଦ୍ୟମ କଳାକାରମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ସହିତ ପାରମ୍ପରିକ ଲୋକକଳାକୁ ବିଲୁପ୍ତ ହେବାକୁ ଦେବ ନାହିଁ। ଯୋଜନା ଗୁଡ଼ିକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ପରିବେଷଣ କଲେ ଲୋକମାନେ ସହଜରେ ସଚେତନ ହୋଇପାରିବେ ବୋଲି ପ୍ରକାଶ କରିଥିଲେ। ଆଜିର ଏହି ତାଲିମ ଶିବିରରେ ରାଜ୍ୟସ୍ତରୀୟ ସଂସାଧନ ସଭ୍ୟ, ରାଜ୍ୟ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମର ଉପଦେଷ୍ଟା କୃଷ୍ନ ଚନ୍ଦ୍ର ନିସଙ୍କ, ଜିଲ୍ଲା ସଂସ୍କୃତି ଅଧିକାରୀ ୀ ଅକ୍ଷୟ କୁମାର ସେଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟ ସଭ୍ୟାଙ୍କୁ ତାଲିମ ପ୍ରଦାନ କରିଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories