www.samajalive.in
Monday, December 15, 2025
14.1 C
Bhubaneswar

ବିଦ୍ୟାଳୟ ଶ୍ରେଣୀଗୃହ ପୁନରୁଦ୍ଧାର ଶିଳାନ୍ୟାସ

ଚୌଦ୍ୱାର: ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍‌‌ ତରଫରୁ ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଭଙ୍ଗା ଶ୍ରେଣୀଗୃହର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥି ସହିତ ୧୨ ନମ୍ବର ୱାର୍ଡ଼ କାତ୍ତିକେଶ୍ୱର ପୂଜା ମଣ୍ଡପ ନିର୍ମାଣ ପାଇ ମଧ୍ୟ ଶିଳାନ୍ୟାସ କରାଯାଇଥିଲା।ଇମ୍ଫାରସାଧାରଣ ପ୍ରଶାସକ ଜି. ସାରଦା ପ୍ରସାଦ ରାଓ, ଲୋକ ସମ୍ପର୍କ ଉପ ସାଧାରଣ ପ୍ରଶାସକ ଧୃବ ଚରଣ ରାଉତ, ମାନସ ରଞ୍ଜନ ପ୍ରଧାନ, ଆଶୀଷ ଦାସ, ୧୨ ନମ୍ବର କାଉନସିଲର ସୁବ୍ରତ ସାମଲ, ୮ନମ୍ବର କାଉନସିଲର ବିଜୟଲକ୍ଷ୍ମୀ ବେହେରା, ବିଜେଡ଼ି ରାଜ୍ୟ ସମ୍ପାଦକ ଅର୍ଜୁନ ପଣ୍ଡା, ବାବାଜୀ ନାଥ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଫାଉଣ୍ଡେସନ୍‌‌ ତରଫରୁ ଚୌଦ୍ୱାର ରୂପ ଯାତ୍ରା କମିଟି ସଭାଗୃହପାଇଁ ୨ଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। ସାଧାରଣ ପ୍ରଶାସକ ଶ୍ରୀ ରାଓ ଏବଂ ଲୋକ ସମ୍ପର୍କ ଉପ ସାଧାରଣ ପ୍ରଶାସକ ଶ୍ରୀ ରାଉତ ଯାତ୍ରା କମିଟି ସଭାପତି ସୁବେଧ କୁମାର ନାୟକଙ୍କୁ ଏହି ଯନ୍ତ୍ର ହସ୍ତାନ୍ତର କରିଥିଲେ।ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକ, ନାରାୟଣ ସ୍ୱାଇଁ, ରବୀନ୍ଦ୍ର ସାହୁ,ଧୀରେନ୍ଦ୍ର ଚୌଧୁରୀଙ୍କ ସମେତ କମିଟିର ସଦସ୍ୟ ଓ ଇମ୍ଫାର ବହୁ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଫାଉଣ୍ଡେସନ୍‌‌ ତରଫରୁ ସ୍ଥାନୀୟ ମଣ୍ଡଳ କାରାଗାରର ଡାକ୍ତରଖାନା ପାଇଁ ୪ଟି ରୋଗୀ ବେଡ଼ ଓ ୪ଟି ଷ୍ଟିଲ ଚେୟାର ପ୍ରଦାନ କରାଯାଇଥିଲା। କାରା ଅଧିକ୍ଷକ ପ୍ରଦୀପ କୁମାର ବେହେରା, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଏବଂ କାରାଗାରର ବହୁ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories