www.samajalive.in
Monday, December 15, 2025
15.1 C
Bhubaneswar

ଅତାବିରା ପ୍ରଜାପିତା ବ୍ରହ୍ମକୁମାରୀ ସେବାକେନ୍ଦ୍ର ଆନୁକୂଲ୍ୟରେ ରକ୍ଷାବନ୍ଧନ

ରେଙ୍ଗାଲିକ୍ୟାମ୍ପ: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅତାବିରା ସେବାକେନ୍ଦ୍ର ଠାରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସେବାକେନ୍ଦ୍ର ସଂଚାଲିକା ଭଉଣୀ ବନିତା ସଂଯୋଜନା କରିଥିଲେ। ସେବା କେନ୍ଦ୍ରରେ ଉପସ୍ଥିତ ଥିବା ସମସ୍ତ ଭାଇ ଭଉଣୀଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱ କୁ ଦୃଢ଼ କରିଥିଲେ। ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିଲେ। ଭାଇ ମାନେ ମଧ୍ୟ ଏହି ବନ୍ଧନର ମୂଲ୍ୟବୋଧକୁ ରକ୍ଷା କରିବାର ସଂକଳ୍ପ ନେଇଥିଲେ। ଏହା ପରେ ଥାନା ଓ ଏନଏସି କାର୍ଯ୍ୟାଳୟକୁ ପହଞ୍ଚି ଥାନା ଅଧିକାରୀ, ଅଧ୍ୟକ୍ଷ ଓ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧି ପ୍ରସାଦ ବଣ୍ଟନ କରିଥିଲେ। ପାହାଡ଼ ଶ୍ରୀଗିଡା, ସିଂହପାଲି, ବାବେବିରା, ଭୋଇପୁରା, ନୂଆପଡା, ପିଠା ପୋଟଳ ଠାରେ ଥିବା ପାଠଶାଳାରୁ ଭାଇ ଭଉଣୀ ମାନେ ଆସିଥିଲେ। ବ୍ରହ୍ମ କୁମାର ମଛିନ୍ଦ୍ର, ଗୋକୁଳା, ଫକୀର, ମନୋରଞ୍ଜନ, ତ୍ୟାଗୀ, ପଞ୍ଚାନନ, ପ୍ରତିମା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories