ଜି.ଉଦୟଗରି: ପ୍ରାୟ ୬୦ କି ୭୦ ପାହାଚ ଚଢି ପାହାଡ଼ ଉପରକୁ ଗଲେ ପଡ଼େ ଗଣେଷ ମନ୍ଦିର। କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଥିବା ଏହି ପାହାଡ଼ରେ ଶ୍ରୀହନୁମାନ, ଶ୍ରୀରାମ, ଶ୍ରୀଗଣେଶଙ୍କ ସହ ମା’ ସାବିତ୍ରୀ ପୂଜା ପାଆନ୍ତି। ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ସକାଳେ ପୁଜାରୀ ନାରାୟଣ ପାଢୀ ପାହାଡ଼ ଉପରେ ଥିବା ଗଣେଶ ମନ୍ଦିରକୁ ପୂଜା କରିବାକୁ ଯାଇ ମନ୍ଦିର ପାର୍ଶ୍ବରେ ମାଆଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ପାଇ ମନ୍ଦିର କମିଟିକୁ ଖବର ଦେବା ସହ ମନ୍ଦିରରେ ଥିବା ଲୋକଙ୍କୁ ଜଣାଇଥିଲା। ଧିରେ ଧିରେ ଏ ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ ହେବାରେ ଲାଗିଛି। ହେଲେ ପୂର୍ବରୁ ଏହି ପାହାଡ଼ରେ ମାଆଙ୍କ ଏମିତିକା ପ୍ରତିମୂର୍ତ୍ତି ନଥିଲା। ତେବେ କିଏ ଓ କାହିଁକି ବିଳମ୍ବିତ ରାତିରେ ପାହାଡ଼ର ଏତେ ପାହାଚ ଚଢି ମାଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛି ତାହା ଜଣାପଡ଼ି ନଥିବା ବେଳେ କିଏ କିଏ ଏହାକୁ ଭଗବାନଙ୍କ ଚମତ୍କାର ବୋଲି ମଧ୍ୟ କହୁଛନ୍ତି। ସ୍ଥାପିତ କଳା ରଙ୍ଗର ପଥର ମୂର୍ତ୍ତିର ଉଚ୍ଚତା ପ୍ରାୟ ସାଢେ ଦୁଇ ଫୁଟ୍ ହୋଇଥିବା ବେଳେ ମୂର୍ତ୍ତିର ଓଜନ ପ୍ରାୟ ଦେଢ଼ କ୍ୱିଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି। ଏଥି ସହିତ ମା’ଙ୍କ ମୁଣ୍ଡରେ ଏକ ନାଲି ଓଢଣୀ ମଧ୍ୟ ଥିବା ଜଣାପଡିଛି।
Popular Categories



