କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରବ୍ଲକ ପୂଜାରିଗୁଡା ପଞ୍ଚାୟତରେ ଥିବା କେଜିବିଭି ବିଦ୍ୟାଳୟରେ ଛାତ୍ରୀମାନେ ଗଛରେ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିଦ୍ୟାଳୟର ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଥିବା ବୃକ୍ଷରେ ରାକ୍ଷୀ ବାନ୍ଧି ଥିଲେ। ଭାଇ ହାତରେ ରାଖୀ ବାନ୍ଧିଲେ ସେ ବିପଦ ଆପଦ ସମୟରେ ଭଉଣୀକୁ ରକ୍ଷା କରିଥାଏ। କିନ୍ତୁ ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରକ୍ଷା କରି ଆସୁଛି। ତେଣୁ ଗଛ ହିଁ ଆମର ଭାଇ ବନ୍ଧୁ ଭାବରେ ରକ୍ଷା କରୁଥିବାରୁ ଓ ବୃକ୍ଷକୁ ରକ୍ଷା କରିବା ପାଇଁ ରାକ୍ଷୀ ବାନ୍ଧିଛୁ ବୋଲି ଛାତ୍ରୀ ମାନେ କହିଛନ୍ତି।
Popular Categories



