www.samajalive.in
Monday, December 15, 2025
16.1 C
Bhubaneswar

ଗାଁକୁ ଫେରିଲା ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଶ୍ରମିକଙ୍କ ମୃତଦେହ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଅଧିନରେ ଥିବା ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ମୃତ ଭୋଲେଶ୍ୱର ମୁଖୀଙ୍କ ମୃତଦେହ ନିଜ ଗାଁ ପୋଡାପଡାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଗତ ତିନିବର୍ଷ ହେଲା ମୃତ ଶ୍ରମିକ ପିଣ୍ଟୁ ମୁଖୀ ନିଜ ପରିବାର ସହ ହାଇଦ୍ରାବାଦର ନାଳଗୁ ଜିଲ୍ଲା ନାଳଗୁ ଥାନା ଅଧିନରେ ଥିବା ଏକ କୁକୁଡା ଫାର୍ମରେ ଶ୍ରମିକ ଭାବରେ କାମ କରିଆସୁଥିଲେ। ପ୍ରାୟ ତିନିବର୍ଷ ତଳେ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କର ଏକ ଦେଢବର୍ଷର ଝିଅ ମଧ୍ୟ ରହିଛି।

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ପରେ ଏପରି ଘଟିଥିବା କୁହାଯାଇଛି। ଏକ ଆମ୍ବୁଲାନ୍ସରେ ମୃତଦେହ ନିଜ ଗାଁ ପୋଡାପଡାକୁ ଅଣାଯାଇଛି। ଅନ୍ୟପଟେ ଏହି ଘଟଣାକୁ ମୃତ ଶ୍ରମିକର ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହିବା ସହ ଏହି ଘଟଣାର ସଠିକ ତଦନ୍ତ ପାଇଁ ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ଅନ୍ୟପଟେ ଘଟଣା ପରେ ମୃତ ଶ୍ରମିକଙ୍କ ସ୍ତ୍ରୀର ମାମୁଁଙ୍କୁ ହାଇଦ୍ରାବାଦରେ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ସୁଚନା ମିଳିଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories