କେନ୍ଦୁଝରଗଡ଼: ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ାଙ୍କ ନେତୃତ୍ୱରେ ଜିଲା କାର୍ଯ୍ୟାଳୟରୁ ଶତାଧିକ ନେତା ଓ କର୍ମୀ ଶୋଭାଯାତ୍ରାରେ ଆସି ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାର ନିକଟରେ ଘୋଷଣା କରିଥିବା ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ପ୍ରଦାନ ପରିବର୍ତ୍ତେ ମନମୁଖୀ ବ୍ୟୟ ଯୋଜନାକୁ ବିରୋଧ କରିବା ସହ ରାଜ୍ୟ ସରକାର ଏହି ଯୋଜନା ଆଣି ୭୩ତମ ସମ୍ବିଧାନ ସଂଶାଧନ ଆଇନକୁ ଉପେକ୍ଷା କରିଥିବା ନେଇ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଅଭିଯୋଗ କରିଛନ୍ତି। ସରପଞ୍ଚ କିମ୍ବା ସମିତିସଭ୍ୟଙ୍କୁ ଉପେକ୍ଷା କରି ପଞ୍ଚାୟତକୁ ଉକ୍ତ ଅର୍ଥ ପ୍ରଦାନ ପରିବର୍ତ୍ତେ ଅଗଣତାନ୍ତ୍ରିକ ଉପାୟରେ ଖର୍ଚ୍ଚ କରିବା ନେଇ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ତୀବ୍ର ବିରୋଧ କରାଯାଉଛି ବୋଲି ମହିଳା କଂଗ୍ରେସ ନେତ୍ରୀ ସୁଶ୍ରୀ ସଙ୍ଗୀତା ସିଂହ କହିଛନ୍ତି। ଜିଲା କଂଗ୍ରେସର ପୂର୍ବତନ ସଭାପତି ବିପ୍ଳବ ମିଶ୍ର, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ପୂର୍ବତନ ପାଟଣା ବିଧାୟକ ହୃଷିକେଶ ନାଏକ, ଚମ୍ପୁଆର ପୂର୍ବତନ ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକ, ନଗର କଂଗ୍ରେସ ସଭାପତି ବସନ୍ତ କୁମାର ଦାସ, ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, କଂଗ୍ରେସ ନେତା ସୁଢ଼ଳ କୁମାର ସେଠୀ, ଗୌରହରି ନାୟକ, ପ୍ରଭାକର ନାୟକ, ଉତ୍ତମ କୁମାର ସାହୁ, ଶଶିକାନ୍ତ ଧୀର, ଲଳିତ ମୋହନ ନାୟକ, ଶତୃଘ୍ନ ସିଂହ, ଦେବେନ୍ଦ୍ରନାଥ ନାୟକ, ରତ୍ନାକର ଜେନା, ଶିବ କୁମାର ବେହେରା, ଆଦିତ୍ୟଦିବ୍ୟ ସିଂହ, ସୁରଥ ସାହୁ, ବୀରବର ମହାନ୍ତ, ପ୍ରବୀଣା ଦଣ୍ଡପାଟ, ସଚ୍ଚି ମିଶ୍ର, ମୁକୁନ୍ଦ ମହାନ୍ତ, ଆର୍ତ୍ତତ୍ରାଣ ଦାସ, ସୁଝୁନୀ ନାୟକ ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗଦେଇ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ରାଜୀବଗାନ୍ଧୀ ପଞ୍ଚାୟତରାଜ ସଙ୍ଗଠନର ଜିଲା ମୁଖ୍ୟ ସୁଦର୍ଶନ ପାଇକରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଜିଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।
Popular Categories



