www.samajalive.in
Sunday, December 14, 2025
17.1 C
Bhubaneswar

ରାଧାଗୋବିନ୍ଦଙ୍କ ଝୁଲଣ ଯାତ୍ରା

ଆଠଗଡ଼: ଆଠଗଡ଼ର ଆରାଧ୍ୟ ପ୍ରଭୁ ରାଧାଗୋବିନ୍ଦ ଜୀଉଙ୍କର ଝୁଲଣ ଯାତ୍ରା ଶନିବାରଠାରୁ ଆରମ୍ଭ ହୋଇଛି। ଶନିବାର ଅଧବାସ ପରେ ରବିବାର ପାରମ୍ପରିକ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରତିିଦିନ ସନ୍ଧ୍ୟାରେ ଶ୍ରୀରାଧା, କୃଷ୍ଣ ଓ ବଳରାମଙ୍କର ପ୍ରତିମାକୁ ସୁସଜ୍ଜିତ ଝୁଲଣରେ ବିରାଜମାନ କରାଇ ସନ୍ଧ୍ୟା ଆଳତୀ ହେବା ପରେ ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସୋମବାର ସ୍ଥାନୀୟ କଳାକାରମାନେ ଭଜନ ପରିବେଷଣ କରିଥିଲେ। ମଙ୍ଗଳବାରଠାରୁ ପୁରୀରୁ ଆସିଥିବା ଗୋଟିପୁଅ ନୃତ୍ୟଦଳ ଝୁଲଣ ମନ୍ଦିରରେ ଚିତାକର୍ଷକ ଗୋଟିପୁଅ ନୃତ୍ୟ ପରିବେଷଣ କରୁଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି। ଆସନ୍ତା ଗୁରୁବାର ଗହ୍ମାପୂଣ୍ଣିମାରେ ଝୁଲଣ ଯାତ୍ରା ଶେଷ ହେବ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories