www.samajalive.in
Sunday, December 14, 2025
19.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜରେ ଜାତୀୟ କ୍ରୀଡା ଦିବସ

ଆଠଗଡ଼: ଗୋପବନ୍ଧୁ ବିଜ୍ଞାନ କଲେଜ କ୍ରୀଡା ସଂସଦ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ କ୍ରୀଡାଦିବସ ପାଳନର ମହତ୍ୱ ଏବଂ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ଓ ହକି ଖେଳରେ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ବିଦ୍ୟାର୍ଥୀଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ କ୍ରୀଡାର ଯଥେଷ୍ଟ ଆବଶ୍ୟକତା ରହିଛି ଏବଂ ଛାତ୍ରଛାତ୍ରୀ ଶିକ୍ଷା ସହିତ କ୍ରୀଡାକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ଅଧ୍ୟକ୍ଷ ଡଃ ସାହୁ ପ୍ରକାଶ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦର କ୍ରୀଡା ଉପସଭାପତି ସଚ୍ଚିଦାନନ୍ଦ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ଶୋଭାଯାତ୍ରାକୁ ଅଧ୍ୟକ୍ଷ ପତାକା ଦେଖାଇ ଉଦ୍‌‌ଘାଟନ କରିଥିଲେ। ଏଥି ସହିତ କଲେଜର କଳା ଓ ବିଜ୍ଞାନ ବିଭାଗର ଖେଳାଳିମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବିଜ୍ଞାନ ବିଭାଗ ୪ ୱିକେଟରେ ବିଜୟ ଲାଭ କରିଥିଲା। କ୍ରୀଡା ସଂସଦର ଉପସଭାପତି ଅଧ୍ୟାପକ ଡଃ ଅଞ୍ଜନ କୁମାର ନନ୍ଦ, ଡଃ ଦିବ୍ୟଶକ୍ତି ସାମନ୍ତରାୟ, ଅଧ୍ୟାପିକା ସସ୍ମିତା ଖାଲକୋ, ଶ୍ରୀମନ୍ତିନୀ ଦାସ, ଲିପସା ଲୋପାମୁଦ୍ରା ଆଚାର୍ଯ୍ୟ, କ୍ଷଣପ୍ରଭା ନାୟକ, ଯଶରଞ୍ଜନ ପୋଢ, ଶୁଭଦର୍ଶନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କଲେଜର କ୍ରୀଡା ପ୍ରଶିକ୍ଷକ ସ୍ପିତିରଞ୍ଜନ ରାଉତ ଶେଷରେ ଧନ୍ୟବାଧ ଅ୍ରପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories