www.samajalive.in
Wednesday, November 19, 2025
18.1 C
Bhubaneswar

ବିଜେପିର ମୀନଗୁର ଓ ପଣ୍ଡିଗାଁ ପଂଚାୟତ ଘେରାଉ

କଲମପୁର: ନିର୍ବାଚନ ପାଖେଇ ଆସିବାରୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଉଛି ଯାହା କେବଳ ଭୋଟରଙ୍କୁ ପ୍ରଭାବିତ କରିବା ଏବଂ ନିଜ ଦଳୀୟ କର୍ମୀଙ୍କୁ ରୋଜଗାର ଯୋଗାଇବା ପାଇଁ ବୋଲି ବି.ଜେ.ପି ବିଜମରା ମଣ୍ଡଳର ମୀନଗୁର ଏବଂ କଲମପୁର ମଣ୍ଡଳ ପଣ୍ଡିଗାଁ ପଂଚାୟତ ଘେରାଉ କାର୍ଯ୍ୟକ୍ରମ ଅବସରରେ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି। ବିଜମରା ମଣ୍ଡଳ ସଭାପତି ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୀନଗୁର ଏବଂ କଲମପୁର ମଣ୍ଡଳ ସଭାପତି କମଳ ବାଗଙ୍କ ଅଧ୍ୟକ୍ଷତାରେ ପଣ୍ଡାଗାଁ ପଂଚାୟତ ଘେରାଉ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଯୋଗ ଦେଇ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ଶାସନରେ ଆଜି ଲୋକେ ଅତିଷ୍ଟ ହେଉଥିବା କହିଥିଲେ। ସୁମନ୍ତ କୁମାର ପଣ୍ଡା, ଯୁଧିଷ୍ଠିର ମାଝୀ, ମକୁନ୍ଦ ତେଣ୍ଡକାରୀ, ସୁଧିର କୁମାର ରାୁତ, ସୁଜିତ କୁମାର ଦଣ୍ଡସେନା, ହରେକୃଷ୍ଣ ସାହୁ, ଖିରୋଦ ନାଏକ, କପିଳ ପଟେଲ, ସୌରଭ କୁମାର ବେହେରା, ନୀଳକଣ୍ଠ ସୁନାନୀ ପ୍ରମୁଖଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।

Hot this week

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

Related Articles

Popular Categories