www.samajalive.in
Monday, December 15, 2025
16.1 C
Bhubaneswar

ଆଦର୍ଶ ବିଦ୍ୟାଳୟକୁ ବସ ସେବା ଆରମ୍ଭ ଦାବି

ସମ୍ବଲପୁର: ରାଜ୍ୟ ସରକାର ସମସ୍ତ ବ୍ଲକ ଗୁଡିକରେ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ମାନେଶ୍ୱର ବ୍ଲକର ପରମାଣପୁର ଠାରେ ମଧ୍ୟ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ତେବେ ମାନେଶ୍ୱର ବ୍ଲକ ଏକ ବଡ ଅଞ୍ଚଳରେ ବ୍ୟାପ୍ତ ଥିବାରୁ ବ୍ଲକର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାତାୟାତରେ ବେଶ ଅସୁବିଧା ଭୋଗ କରୁଛନ୍ତି। ଏଣୁ ବିଗତ ଦିନରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇ ସିଟି ବସର ସୁବିଧା କରିବା ପାଇଁ ଦାବୀ କରାଯାଇଥିଲା। ଜିଲାପାଳ ସିଟି ବସର ସେବା ଦିଆଯିବାର ପ୍ରତିଶୃତି ସତ୍ୱେ ଆଜି ପର୍ଯ୍ୟନ୍ତ ତାହା ଆରମ୍ଭ ହୋଇ ପାରି ନାହିଁ। ତେଣୁ ମାନେଶ୍ୱର ବ୍ଲକର ଧମା, ଡାକରା, ସାହାସପୁର ଆଦି ପଞ୍ଚାୟତବାସୀ ମାନେ ଜିଲାପାଳଙ୍କ ନିକଟରେ ପରମାଣପୁର ଆଦର୍ଶ ବିଦ୍ୟାଳୟକୁ ଯଥାଶିଘ୍ର ବସ ସେବା ଆରମ୍ଭ କରିବାକୁ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories