www.samajalive.in
Monday, December 15, 2025
15.1 C
Bhubaneswar

ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବୌଦ୍ଧଜିଲ୍ଲା ଗୌରବ ପର୍ବ ପାଳିତ

ବୌଦ୍ଧ: ବିଶ୍ୱ ଜନଜାତି ଦିବସ ଅବସରରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ବ୍ଲକର ବାଇସପଡ଼ା ଗ୍ରାମରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଦିବାସୀ ଗୌରବ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ନବ କୁମାର ମିଶ୍ର ସଭାପତିତ୍ୱ କରି ନିଜର ବକ୍ତବ୍ୟରେ ବର୍ତ୍ତମାନର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ମିଳିମିଶି ଆଦିବାସୀ ସଂପ୍ରଦାୟଙ୍କୁ ଯେଉଁଭଳି ଭାବରେ ଅବହେଳା ଏବଂ ଶୋଷଣ କରୁଛନ୍ତି ସେଥି ସଂପର୍କରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସଭାରେ ପର୍ଯ୍ୟବେକ୍ଷକ ଭାବରେ ବିଳାସିନୀ ନାୟକ ମଣିପୁର ପ୍ରସଙ୍ଗ ଉପସ୍ଥାପନ କରିବା ସହ ଏହି ପ୍ରସଙ୍ଗରେ କେନ୍ଦ୍ର ବିଜେପି ସରକାରକୁ ରାଜ୍ୟ ବିଜେଡି ସରକାର ଯେଉଁ ସମର୍ଥନ କରିଛି ତାହାର ଘୋର ନିନ୍ଦା କରିଥିଲେ। ଏହା ବ୍ୟତିତ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କଟୁ ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭ୍ୟ ଗଣେଷ ଅଗ୍ରୱାଲା, କ୍ଷେତ୍ରବାସୀ ପ୍ରଧାନ, ବଂଶୀଧର ଜାନି, ଚିତ୍ରସେନ ମଲ୍ଲିକ, ନାରାୟଣ ଦେହୁରୀ, ଶାନ୍ତନୁ ମହାପାତ୍ର, ସମରେଶ ମିଶ୍ର ଯୋଗଦେଇ ଦେଶ ସ୍ୱାଧିନତା ପରଠାରୁ କଂଗ୍ରେସ ଦଳ ଆଦିବାସୀ ମାନଙ୍କ ଜମି, ଜଳ, ଜଙ୍ଗଲ ଆଦି ଯେଉଁ ମୌଳିକ ସୁବିଧା ଯୋଗାଇ ଦେଇଥିଲା ତାହା ବର୍ତ୍ତମାନର ବିଜେପି ଓ ବିଜେଡି ସରକାର ଯେଉଁଭଳି ଭାବରେ ଛଡାଇ ନେଉଛନ୍ତି ସେ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସିଆରପିଏଫ ଜବାନ ପ୍ରଦିପ ମଲ୍ଲିକ, ପତାମ୍ବର କହଁର, ଲମ୍ବୋଦର କହଁର, ନାରାୟଣ ଦେହୁରୀ, ଦୈମତୀ ମାଝି, ଉର୍ମିଳା ପ୍ରଧାନ, ପ୍ରତାପ ଜାନୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories