www.samajalive.in
Sunday, December 14, 2025
26.1 C
Bhubaneswar

ଜଳାଶୟ ପୋତି ରେଳରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ଚାଷଜମୀକୁ ଜଳସେଚନର ଏକମାତ୍ର ନିର୍ଭରଯୋଗ୍ୟ ଜଳାଶୟକୁ ରେଳ ବିଭାଗ ଠିକାଦାର ମାଟିପକାଇ ପୋତି ରେଳରାସ୍ତା ନିର୍ମାଣକୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି। ଏ ସଂପର୍କରେ ପୁର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଗ୍ରାମବାସୀ ଜଣାଇ ଏହି ନିର୍ମାଣକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ରାଜୁଡା ସମୟରେ ଗ୍ରାମର ଫସଲକୁ ମରୁଡ଼ି ଦାଉରୁ ରକ୍ଷା କରିବା ପାଇଁ ୫୦ ଏକର ବିଶିଷ୍ଟ ଏହି ଜଳାଶୟକୁ ଖୋଳିଥିଲେ। ଏହି ଜଳାଶୟ ଉପରେ ବର୍ତ୍ତମାନ ଗ୍ରାମର ୮୦ଭାଗ ଚାଷୀ ବିଲକୁ ଜଳସେଚନ କରି ଚାଷ କାର୍ଯ୍ୟ କରିଥାନ୍ତି। ପ୍ରାୟ ୨୫ଶହ ଏକର ଚାଷଜମୀ ଏହି ଜଳାଶୟ ଦ୍ୱାରା ଜଳ ସେଚିତ ହୋଇଥାଏ। ଗତବର୍ଷ ଜଳାଶୟ ମଧ୍ୟରେ ସିଧା ସଳଖ ମାଟିରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ଗ୍ରାମବାସୀ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଯରେ ଫେରାଦ ହୋଇଥିଲେ। ସେତେବେଳେ ଜିଲ୍ଲା ପ୍ରଶାସନ, ରେଳ କର୍ମକର୍ତ୍ତା ଓ ଠିକାଦାରଙ୍କ ଉପସ୍ଥିତିରେ ଏକବର୍ଷ ମଧ୍ୟରେ ଏହି ଜଳାଶୟ ଉପରେ ଏକ ପୋଲ ନିର୍ମାଣ କରି ରେଳ ରାସ୍ତା ତିଆରି କରିବାସହ ଏହି ଜଳାଶୟକୁ ଅଧିକ ଖନନ କରି ଏହାର ଜଳଧାରଣା କ୍ଷମତା ବୃଦ୍ଧ କରାଇବାର ପ୍ରତିଶୃତି ଗ୍ରାମବାସୀଙ୍କୁ ତତ୍‌‌କାଳିନ ଜିଲ୍ଲାପାଳ ଦେଇଥିଲେ। ମାତ୍ର ରେଳ କର୍ତ୍ତୃପକ୍ଷ ନିରବ ରହିବା ଯୋଗୁଁ ଠିକାଦାର ସଂସ୍ଥା ସେତେବେଳର ନିଷ୍ପତିକୁ ଅଣଦେଖାକରି ଏକ ଛୋଟ ପୋଲ ନିର୍ମାଣ କରି ଉଭୟ ପାର୍ଶ୍ବରେ ମାଟି ପକାଇ ରାସ୍ତାକାମ ନିର୍ମାଣ କରୁଛି। ଗତ ୮ ତାରିଖ ବିରାମଚନ୍ଦ୍ରପୁର ଗ୍ରାମବାସୀ ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପୁର୍ବ ନିଷ୍ପତି ସଂପର୍କରେ ଅବଗତ କରାଇବାସହ କାର୍ଯ୍ୟ ବନ୍ଦ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଆଜି ୯ ତାରିଖ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସକାଳେ ନିର୍ମାଣ ସ୍ଥଳକୁ ଯାଇ ସ୍ଥିତି ପରିଦର୍ଶନ କରିଥିଲେ ଓ ଦୁଇଦିନ ଭିତରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରେଳ ବିଭାଗ, ଠିକା ସଂସ୍ଥା ଓ ଗ୍ରାମବାସୀଙ୍କ ଉପସ୍ଥିତରେ ନିର୍ମାଣ ସଂପର୍କିତ ନିଷ୍ପତି ନେବାପାଇଁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି। ଯଦି ପୋଖରୀର ଏମୁଣ୍ଡରୁ ସେମୁଣ୍ଡ ପୋଲ ନିର୍ମାଣ କରି ରାସ୍ତା କରାନଯାଏ ତେବେ ଗ୍ରାମବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପୁଣି ଜିଲ୍ଲା ପ୍ରଶାସନକୁ କହିଛନ୍ତି। ଗ୍ରାମ କମିଟି ସଭାପତି ବୁଦ୍ଧି ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ ଜୟ କିଶୋର ମିଶ୍ର, ନରେନ୍ଦ୍ର ସାହୁ, ସଂଜୟ କୁମାର ସାହୁ, ପଞ୍ଚାନନ ମହାକୁଳ, ଚିତ୍ତ ରଂଜନ ମିଶ୍ର, ରବୀନ୍ଦ୍ର ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories