www.samajalive.in
Sunday, December 7, 2025
26.1 C
Bhubaneswar

୫-ଟି ସଚିବଙ୍କ ଗସ୍ତକୁ ବିଜେପିର ବିରୋଧ

ଆଠଗଡ଼: ରାଜ୍ୟ ସରକାରଙ୍କ ୫-ଟି ସଚିବଙ୍କ ଆଠଗଡ଼ ଗସ୍ତକୁ ବିରୋଧ କରିବାକୁ ଯାଇ ବିଜେପିର ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଲା। ଆଠଗଡ଼ ବିଜେପିର ବରିଷ୍ଠ ନେତା ତଥା ଗତ ନିର୍ବାଚନରେ ଦଳର ପ୍ରାର୍ଥୀ ହୋଇଥିବା ବ୍ରଜେନ୍ଦ୍ର କୁମାର ରାୟ ଓ ନିକଟ ଦଳରେ ଯୋଗ ଦେଇଥିବା ଅଭୟ କୁମାର ବାରିକଙ୍କ ଗୋଷ୍ଠୀ ପୃଥକ ଭାବେ ପାଣ୍ଡିଆନ୍‌‌ଙ୍କ ଆଠଗଡ଼ ଗସ୍ତକୁ ବିରୋଧ କରିଥିଲେ।

ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ତତ୍ତ୍ୱାବଧାନରେ ଦଳୀୟ କାର୍ଯ୍ୟକର୍ତ୍ତା ଗାନ୍ଧୀମାର୍ଗସ୍ଥିତ କାର୍ଯ୍ୟାଳୟରୁ ହାତରେ କଳା ପତାକା ଧରି ‘ଗୋ ବ୍ୟାକ ପାଣ୍ଡିଆନ୍‌‌’ ସ୍ଲୋଗାନ ଦେଇ ମହିଳା କଲେଜ ସନ୍ନିକଟ ୫-ଟି ସଚିବଙ୍କ ସଭାସ୍ଥଳକୁ ଯିବା ପାଇଁ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ପୁଲିସ ଚାନ୍ଦବାଲି ଛକଠାରେ ଅଟକାଇଥିଲା। ସେମାନଙ୍କୁ ଆଗକୁ ବଢ଼ିବାକୁ ନଦେଇ ଦଳର ୧୨ଜଣ କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ଉଠାଇନେଇ ଥାନାରେ ଅଟକ ରଖିଥିଲା। ଶ୍ରୀ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ହେବା ଏବଂ ଏଠାରୁ ସେ ନରସିଂହପୁର ଅଭିମୁଖେ ଆକାଶ ମାର୍ଗରେ ଯାତ୍ରା କରିବା ପରେ ପୁଲିସ ସେମାନଙ୍କୁ ଛାଡି ଦେଇଥିଲା। ବିଭିନ୍ନ ମଣ୍ଡଳ ସଭାପତି ଯଥା ତପନ ଲେଙ୍କା, ନିର୍ମଳ କୁମାର, ସନ୍ତୋଷ କୁମାର ରାଉତ, ଚିନ୍ମୟ ମଲ୍ଲିକ, ଆଠଗଡ଼ ମଣ୍ଡଳ ସଂପାଦକ ରମାକାନ୍ତ ସେନାପତି, ମିଥୁନ ମଲ୍ଲିକ, ରଞ୍ଜନ ସେନାପତି, ସୁକାନ୍ତ ଜେନା, ମାନସ ଦଳାଇ, ଧ୍ରୁବଚରଣ ସାହୁ ଓ ସହଦେବ ପରିଡ଼ା ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା।

- Advertisement -

ଅଭୟ କୁମାର ବାରିକଙ୍କ ନେତୃତ୍ୱ ବିଜେପିର ଅନ୍ୟ ଏକ ଗୋଷ୍ଠୀ ରଥଗଡ଼ାସ୍ଥିତ କାର୍ଯ୍ୟାଳୟରୁ ହାତରେ କଳା ପତାକା ଓ କଳା ବେଲୁନ ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଧାରଣା ପାଇଁ ତାଙ୍କୁ ଅନୁମତି ନମିଳିବାରୁ ସେମାନେ ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାକଡରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଧାରଣାସ୍ଥଳରେ ‘ଗୋ ବ୍ୟାକ ପାଣ୍ଡିଆନ୍‌‌’ ଏବଂ ଅନ୍ୟାନ୍ୟ ବିରୋଧି ସ୍ଲୋଗାନ ଦେଇ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଥିଲେ। ଆକାଶରେ ଶ୍ରୀ ପାଣ୍ଡିଆନ ବସିଥିବା ହେଲିକପ୍ଟର ଉଡିବା ସମୟରେ ସେମାନେ କଳା ଗ୍ୟାସ ବେଲୁନ ଆକାଶକୁ ଛାଡି ପ୍ରତିବାଦ କରିଥିଲେ। ଏହି ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମରେ ଅଭୟଙ୍କ ସହିତ ବରିଷ୍ଠ ନେତା ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ କୁମାର ସେଠୀ, ନୂତନ କୁମାର ରାଉତ, ସୁନିଲ ସୁତାର, ନଚିକେତା ପରମାଣିକ, ଜିଲୁ ପୁହାଣ, ରଜତ ରାଉତ, ଅଜିତ ନାୟକ, ସରୋଜ କୁମାର ଦାସ, ପ୍ରତାପ ଦାସ, ମାନୁଏଲ ପାତ୍ର, ଜଗଦୀଶ କବି, ଅକ୍ଷୟ ନାୟକ, ଅଜୟ ମହାନ୍ତି, ରୁପେଶ ଦାସ, ପ୍ରଶାନ୍ତ ସାହୁ, ନିରାକାର ସାହୁ, ନିବାସ ଜେନା ଓ ଅଜୟ ବେହେରା ପ୍ରମୁଖ ଏହି ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories