www.samajalive.in
Monday, December 15, 2025
15.1 C
Bhubaneswar

ପାହାଡ଼ ଚଢିଲେ, ସମସ୍ୟା ଦେଖିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ

ଫୁଲବାଣୀ: କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ତଲାରିମାହା ଗ୍ରାମପଞ୍ଚାୟତର ଦୁର୍ଗମ ପିତାଦେଇ ଗ୍ରାମରେ ବିକାଶର ସ୍ଥିତି ପରଖିଲେ ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ। ସ୍ୱାଧୀନତା ହେବାର ୭୬ ତମ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ୍ ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିତାଦେଇ ଗ୍ରାମରେ ମୌଳିକ ସୁବିଧା ପହଞ୍ଚି ପାରିନଥିଲା। ଉକ୍ତ ଗ୍ରାମକୁ ନିତିଦିନିଆ ଗମନାଗମନ ପାଇଁ ରାସ୍ତା ନଥିବା ବେଳେ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ୍, ମୋବାଇଲ ଇଣ୍ଟରନେଟ ସେବାରୁ ଗ୍ରାମବାସୀ ମାନେ ବଞ୍ଚିତ ଅଛନ୍ତି। ଉକ୍ତ ଘଟଣାକୁ କେନ୍ଦ୍ର କରି ଶନିବାର ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବ୍ଳକ୍ କର୍ତୁପକ୍ଷ ଏବଂ ତଲାରିମାହା ଗ୍ରାମପଞ୍ଚାୟତର ସରପଞ୍ଚ ବଳଭଦ୍ର କହଁର, ସମିତି ସଭ୍ୟ ଉମେଶ ଚନ୍ଦ୍ର ପ୍ରଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଧୀର ମିଶ୍ର ଏବଂ ଗଟାମାହା ଗ୍ରାମରେ ଯୁବ ଗବେଷକ ତଥା ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ୫ ପ୍ରମୁଖ ଉକ୍ତ ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ।

ଏହି ସମୟରେ ବି.ଡ଼ି.ଓ ଏବଂ ଅନ୍ୟ କର୍ମଚାରୀ ମାନେ ପାହାଡ଼ ଚଢିଥିଲେ ଏବଂ ଗ୍ରାମର ସମସ୍ୟା ଦେଖିଥିଲେ। ପିତାଦେଇ ଗ୍ରାମରେ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ପିତାଦେଇ ଗ୍ରାମକୁ ନିତିଦିନିଆ ଯିବା ଆସିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ପକ୍କା ରାସ୍ତା ନିର୍ମାଣ ସହିତ ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଯୁବ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଥମ ଥର ଗ୍ରାମବାସୀମାନେ ଅତି ନିକଟରୁ ଦେଖି ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଗ୍ରାମରେ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଯୁବ ପ୍ରଶାସନିକ ଅଧିକାରୀଙ୍କ ପିତାଦେଇ ଭଳିଆ ଅପହଞ୍ଚ ଅଞ୍ଚଳକୁ ପରିଦର୍ଶନ କରି ବିକାଶର ସ୍ଥିତି ପରଖିବା ଖବର ଶୁଣି ଅଞ୍ଚଳବାସୀ ପ୍ରଶାସନିକ ଅଧିକାରୀଙ୍କ ଏହି ଭଳିଆ କାର୍ୟ୍ୟଧାରାକୁ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories