ସମ୍ବଲପୁର: ସମ୍ବଲପୁରର କୁମ୍ଭାରପଡ଼ା ଠାରେ ହୋଇଥିବା ଛୁରା ମାଡ ଘଟଣାରେ ଟାଉନ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ କୁମ୍ଭାରପଡ଼ା ନିବାସୀ ଅରମାନ ଖାନ ଓ କରଣ ନାମକ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନଙ୍କୁ ଟାଉନ ପୁଲିସ ଶନିବାର ଅଦାଲତକୁ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ରାତ୍ରିରେ ସମ୍ବଲପୁରର ଟାଉନ ଥାନା ଅର୍ନ୍ତଗତ ଅଞ୍ଚଳରେ ସିରିଜ ୩ଟି ଛୁରାମାଡ ଘଟଣା ଘଟିଥିବା ବେଳେ ଏହା ଅନ୍ୟତମ। କୁମ୍ଭାରପଡ଼ା ଅଞ୍ଚଳର ଅଭିଷେକ କ୍ଷେତିଙ୍କୁ ସେହି ଅଞ୍ଚଳର ୨ ଜଣ ଯୁବକ ଛୁରା ମାଡ କରିବାରୁ ତାଙ୍କର ପେଟର ଅନ୍ତବୁଜୁଳା ବାହାରକୁ ଆସି ଯାଇଛି। ତାଙ୍କୁ ମଧ୍ୟ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ବୁର୍ଲା ଭିମସାର ଠାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏ ସମ୍ପର୍କରେ ଆହତ ଯୁବକଙ୍କ ମାଁ ସୁକାନ୍ତି କ୍ଷେତି ଅଭିଯୋଗ କରିବାରୁ ମାମଲା ସଂଖ୍ୟା ୨୫୭/୨୦୨୩ ରୁଜୁ କରି ଟାଉନ ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



