www.samajalive.in
Monday, December 15, 2025
15.1 C
Bhubaneswar

ବ୍ରଜ ମଣ୍ଡଳ ଯାତ୍ରା ଉପରେ ଆକ୍ରମଣକୁ ବଜରଙ୍ଗ ଦଳ ପକ୍ଷରୁ ବିରୋଧ

ସମ୍ବଲପୁର: ହରିୟାଣାର ମେୱାତର ନୁହ ସହରରେ ଗତ ୩୧ ତାରିଖରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରଜ ମଣ୍ଡଳ ଧାର୍ମିକ ଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଧାର୍ମିକ ଯାତ୍ରା ସମୟରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରାଯାଇଥିବାରୁ ବଜରଙ୍ଗ ଦଳ ପକ୍ଷରୁ ଏହାର ବିରୋଧ କରାଯାଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବୁଧବାର ସମ୍ବଲପୁର ଜିଲା ପ୍ରଶାସନ ଜରିଆରେ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ଉକ୍ତ ଯାତ୍ରାରେ ୨୦ ରୁ ୨୫ ହଜାର ଶ୍ରଦ୍ଧାଳୁ ମନ୍ଦିର ପାଖକୁ ଯିବା ସମୟରେ ହଠାତ ଜିହାଦୀ ମାନଙ୍କ ତରଫରୁ ସେମାନଙ୍କ ଉପରେ ପଥର, ପେଟ୍ରୋଲ ବମ ଫିଙ୍ଗା ଯିବା ସହିତ ଗୁଳି ଚାଳନା କରାଯାଇଥିଲା। ଜିହାଦୀ ମାନଙ୍କର ପଥରମାଡ ଘଟଣାରେ ଉକ୍ତ ଅଞ୍ଚଳରେ ଥିବା ୪୦ରୁ ଉର୍ଦ୍ଧ ବସ ସମେତ ଯାନବାହାନ ଗୁଡିକୁ ନିଆଁ ଲଗାଇ ଦେଇଥିଲେ। ଫଳରେ ୪ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। କେବଳ ହିନ୍ଦୁ ପର୍ବ ପର୍ବାଣୀ ତଥା ଧାର୍ମିକ ଯାତ୍ରା ମାନଙ୍କୁ ଲକ୍ଷ୍ୟ କରି ସାରା ଦେଶରେ ଜିହାଦୀ ମାନେ ଏଭଳି ହିଂସାର ବାତାବାରଣ ସୃଷ୍ଟି କରୁଛନ୍ତି। ଏହା କେବଳ ହରିୟାଣାରେ ନୁହେଁ, ବିଗତ ଦିନରେ ପଶ୍ଚିମବଙ୍ଗ ତଥା ଓଡ଼ିଶାର ସମ୍ବଲପୁର ସହରରେ ମଧ୍ୟ ଗତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମାନ ଧରଣର ଯୋଜନାବଦ୍ଧ ଭାବରେ ପଥର ମାଡ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଜିହାଦୀ ମାନେ ଯୋଜନାବଦ୍ଧ ଭାବରେ ସାରା ଭାରତରେ ଏହି ହିଂସାର ବାତାବରଣ ସୃଷ୍ଟି କରି ନିରୀହ ହିନ୍ଦୁ ମାନଙ୍କୁ ମାରିବାକୁ ଯୋଜନା କରୁଛନ୍ତି। ଏଣୁ ହରିୟାଣାର ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଯଥାଶିଘ୍ର ଯେଉଁ ମାନେ ଏଭଳି ହିଂସାତ୍ମକ କାର୍ଯ୍ୟ କରିବାକୁ ଉତ୍ସାହିତ କରୁଛନ୍ତି ଏବଂ ଯେଉଁ ମାନେ ସଂଶ୍ଲିଷ୍ଟ ରହିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରି କଡାର ଅତି କଡା ଦଣ୍ଡ ପ୍ରଦାନ, ମୃତ୍ୟୁବରଣ କରିଥିବା ଶ୍ରଦ୍ଧାଳୁ ମାନଙ୍କୁ ୫୦ ଲକ୍ଷ ଟଙ୍କା ଓ ଆହତ ମାନଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ସମସ୍ତ ହିନ୍ଦୁ ପର୍ବପର୍ବାଣୀ କିମ୍ବା ଧାର୍ମିକ ଯାତ୍ରା ମାନଙ୍କୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବରେ ସୁରକ୍ଷା ପ୍ରଦାନ ଏବଂ ଯେଉଁ ଯେଉଁ ସ୍ଥାନରେ ପଥର ମାଡ କରାଯାଇଛି, ସେଗୁଡିକର ସିବିଆଇ ତଦନ୍ତ କରି ମୁଖ୍ୟ ଷଡଯନ୍ତ୍ରକାରୀ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବଜରଙ୍ଗ ଦଳ ଓଡ଼ିଶା ପଶ୍ଚିମ ପକ୍ଷରୁ ଦାବି କରାଯାଇଛି। ପ୍ରାନ୍ତ ସଂଯୋଜକ ସୁଧିର ରଞ୍ଜନ ବହିଦାରଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ସମୟରେ ଆଦିତ୍ୟ ପୁରୋହିତ, ବିଶ୍ୱଜିତ ବାରିକ, ପ୍ରମୋଦ ଛନ୍ଦ, ସୁଶୀଳ ମହାରଣା, ରାଜେଶ ପଟ୍ଟନାୟକ, ବିବେକ ପାତ୍ର, ରାଜା ମହାନନ୍ଦିଆ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories