www.samajalive.in
Monday, December 15, 2025
15.1 C
Bhubaneswar

କଳାହାଣ୍ଡି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରେ କଳାହାଣ୍ଡି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କୁ ଲାଞ୍ଜିଗଡ଼ ବିଜେଡି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇ ଗତ ଏକ ତାରିଖ ଦିନ ୧୪ଜଣଙ୍କୁ ନବ ନିଯୁକ୍ତି କରି ପରିଷଦ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କୁ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ଭାବେ ନାମ ଘୋଷଣା କରିଛନ୍ତି। ଏହାକୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି।

ଆଜି ଲାଞ୍ଜିଗଡ ବ୍ଲକ ବିଜୁଜନତା ଦଳ ପକ୍ଷରୁ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଢେଇଙ୍କ ନେତୃତ୍ବରେ ବିଶ୍ଵନାଥପୁର ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଂପାଦକ ଜଗଦୀଶ ବେନିଆ, ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ଉପାଧ୍ୟକ୍ଷ ‌ଶ୍ରୀଧର ପେସନିଆ, ଯୁବ ବିଜେଡ଼ି ନେତା ହୀମାଦ୍ରୀ ପେସନିଆ,ତରୁଣ କୁମାର ଦାସ, ବରିଷ୍ଠ ବିଜେଡି ନେତା ହରିଶଙ୍କର ପାତ୍ର ,ଫକୀର ବିଶି,ସତ୍ୟ ନାଏକ, ଦେବାଶିଷ ରଂଜନ ବିଶି, କିଶୋର ହରପାଲ, କର୍ଣ୍ଣ ସାହୁ, ବନମାଳୀ ଦଳେଇ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ କଳାହାଣ୍ଡି ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories