ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତ ଡେଲାଙ୍ଗ ବୁଣ୍ଡେଲ ଗାଁରେ କ୍ଷେତ୍ର ମୋହନଙ୍କ ଘର ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଯାଇଛି। ତିନିଦିନ ଧରି ଲଘୁଚାପ ଯୋଗୁଁ ପ୍ରବଳ ଅତି ପ୍ରବଳ ମୁଷଳଧାରାରେ ବର୍ଷା ହେବାରେ ଲାଗିଛି। ସୁଚନା ଅନୁସାରେ ସୋମବାର ରାତିରେ କ୍ଷେତ୍ରମୋହନ ଙ୍କ ପରିବାର ଲୋକେ ବର୍ଷା ଯୋଗୁଁ ସମସ୍ତେ ଘରେ ଥିବା ସମୟରେ ହଠାତ କାନ୍ଥ ଭୁଶୁଡ଼ି ଯାଇ ଖପର ଗଳିପଡିଥିଲା। ଏହି ସମୟରେ ଘରେ ଥିବା ପରିବାର ସାମ୍ନା ପଟେ କାନ୍ଥ ଭୂଷୁଡିଯିବା ଜାଣିପାରି ଘରୁ ବାହାରି ଆସିବା ପରେ ପରେ ପୁଣି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଜଣାପଡିଛି। ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ପରିବାର ଲୋକଙ୍କର କୌଣସି କ୍ଷତି ହେଇନଥିବା ସୂଚନା ମିଳିଛି I ଏନେଇ କ୍ଷେତ୍ର ମୋହନ ସ୍ଥାନୀୟ ସରପଞ୍ଚ ଓ ତହସିଲଦାରଙ୍କୁ ଲିଖିତ ଆକାରରେ ଜଣାଇଥିବା ଜଣାପଡିଛି।
Popular Categories



